ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ୧୦ ଗେଟ୍

ସମ୍ଵଲପୁର : ଉପରମୁଣ୍ଡରେ ଜାରି ରହିଛି ବର୍ଷା। ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍। ଦିନ ୧୧ଟା ୩୦ ପରେ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେବ। ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଜଳଭଣ୍ଡାରର ଜଳସ୍ତର ୬୧୧.୮୩ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୨ଲକ୍ଷ ୯୬ ହଜାର ୫୭୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି।
ଏଥିପାଇଁ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି। ଲୋକମାନଙ୍କୁ ସଚେତନ କରିବାକୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଇରନ୍ ବାଜିବା ଆରମ୍ଭ ହେଲାଣି। ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଗଲେ ମହାନଦୀ ଓ ତାର ଶାଖା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି । ଅବବାହିକାକୁ ନଯିବା ପାଇଁ ଡାକବାଜି ଯନ୍ତ୍ର ଦ୍ଵାରା ସଚେତନ କରାଯାଇଛି।
Powered by Froala Editor