ପୁରୀ ସମୁଦ୍ରରେ ଭାସିଗଲେ ଯୁବତୀ

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ପର୍ଯ୍ୟଟକଙ୍କ ମୃତୁ୍ୟ ହୋଇଛି । ମୃତ ପର୍ଯ୍ୟଟକଙ୍କ ନାମ ହେଉଛି ନାମ ମିନାକ୍ଷୀ ନାୟକ । ସେ ଛତିଶଗଡ ରାୟଗଡ ଅଂଚଳର ବୋଲି ଜଣାଯାଇଛି ।
ସୂଚନା ଅନୁସାରେ ମିନାକ୍ଷୀଙ୍କ ସମେତ ୬ ଜଣ ପର୍ଯ୍ୟଟକ ଛତିଶଗଡରୁ ପୁରୀ ବୁଲିବାକୁ ଆସିଥିଲେ । ସେମାନେ ପୁରୀର ଏକ ହୋଟେଲରେ ରହୁଥିବା ବେଳେ ଆଜି ସକାଳେ ସମୁଦ୍ର ବୁଲିବାକୁ ଯାଇଥିଲେ । ଦିଗବାରେଣି ଖୁଣ୍ଟି ବେଳାଭୂମିରେ ମିନାକ୍ଷୀ ଓ ଅନ୍ୟମାନେ ଗାଧୋଉଥିବା ବେଳେ ୩ ଜଣ ଭାସି ଯାଇଥିଲେ ।
ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଦୁଇଜଣଙ୍କୁ ତୁରନ୍ତ ଉଦ୍ଧାର କରିଥିବା ବେଳେ ମିନାକ୍ଷୀ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବ୍ଲୁ ଫ୍ଲାଗ ସି ବିଚରୁ ମିନାକ୍ଷୀଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ପୁରୀ ବଡ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor