ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ
ଏବେ ମଙ୍କିପକ୍ସ ଦେଶରେ କାୟାବିସ୍ତାର କରିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉକ୍ତ ୩୫ବର୍ଷୀୟ ଆକ୍ରାନ୍ତ ନାଇଜେରିଆର ହୋଇଥିବା ବେଳେ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି। ନିକଟରେ ସେ ବିଦେଶ ଯାତ୍ରା ମଧ୍ୟ କରି ନ ଥିବା ଜଣାପଡ଼ିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସର ୬ଟି ମାମଲା ଚିହ୍ନଟ ହୋଇଛି । ଏଥିରୁ ଚାରୋଟି ମାମଲା କେରଳରୁ ଚିହ୍ନଟ ହୋଇଛି।
ଉକ୍ତ ବ୍ୟକ୍ତି ଜଣଙ୍କୁ ଗତ ପାଞ୍ଚ ଦିନ ଧରି ଜ୍ୱର ହେଉଥିବା ବେଳେ ତାଙ୍କ ଦେହରେ ଘା'ହୋଇଥିଲା। ତାଙ୍କ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ସୋମବାର ରାଜସ୍ଥାନରେ ମଙ୍କିପକ୍ସର ପ୍ରଥମ ସନ୍ଦିଗ୍ଧ ମାମଲା ସାମନାକୁ ଆସିଥିଲା। ଏହା ପୂର୍ବରୁ କେରଳ ସରକାର ଆଜି କହିଥିଲେ ଜୁଲାଇ ୩୦ରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା, ସେ ମଙ୍କିପକ୍ସରେ ସଂକ୍ରମିତ ଥିଲେ ।
Powered by Froala Editor