ଆଇଏସଆଇଏସ ଲିଙ୍କ : ୬ଟି ରାଜ୍ୟର ୧୩ଟି ସ୍ଥାନରେ ଚଢ଼ାଉ
ଆଇଏସଆଇଏସର କାର୍ଯ୍ୟକଳାପ ସମ୍ପୃକ୍ତିକୁ ନେଇ ଆଜି ୬ଟି ରାଜ୍ୟର ୧୩ଟି ସ୍ଥାନରେ ଚଢ଼ାଉ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଯେଉଁ ରାଜ୍ୟଗୁଡ଼ିକରେ ଏନଆଇଏ ଚଢ଼ାଉ କରିଛି ସେଥିରେ ମଧ୍ୟପ୍ରଦେଶ, ଗୁଜୁରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ରହିଛି । ମଧ୍ୟପ୍ରଦେଶର ଭୋପାଳ-ରାଇସେନ୍, ଗୁଜୁରାଟର ଭରୁଚ-ସୁରଟ-ନଭସାରୀ-ଅହମ୍ମଦାବାଦ, ବିହାରର ଆରାରିଆ, କର୍ଣ୍ଣାଟକର ଭଟକାଲ-ଟୁଙ୍କୁର, ମହାରାଷ୍ଟ୍ରର କୋଲହାପୁର-ନାନ୍ଦେଡ଼, ଉତ୍ତରପ୍ରଦେଶର ଦେଓବନ୍ଦରେ ଏଜେନ୍ସି ଚଢ଼ାଉ କରୁଛି। ଏନଆଇଏ କେତେକ ଆପରାଧିକ ଦସ୍ତାବିଜ ଜବତ କରିଥିବା ଜଣାପଡ଼ିଛି। ଏନଆଇଏ ପକ୍ଷରୁ ମାମଲା ପଞ୍ଜୀକୃତ ହେବାର ଏକ ସପ୍ତାହ ପରେ ଏହି ଚଢ଼ାଉ କରାଯାଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।
କୁହାଯାଉଛି ଯେ ଯେଉଁଠାରେ ଏହି ଚଢ଼ାଉ କରାଯାଉଛି, ଏହି ସବୁ ସ୍ଥାନ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ସହିତ ଜଡିତ ଲୋକଙ୍କର ହୋଇଥିବାବେଳେ ଜୁନ୍ ୨୫ରେ ଆଇପିସିର ଧାରା ୧୫୩ଏ, ୧୫୩ବି ଏବଂ ୟୁଏ (ପି) ଆକ୍ଟର ଧାରା ୧୮, ୧୮ବି, ୩୮, ୩୯ ଏବଂ ୪୦ ଅନୁଯାୟୀ ପଞ୍ଜୀକୃତ ହୋଇଥିଲା।
Powered by Froala Editor