ବେଲୁରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ : ୩ ଆତଙ୍କୀ ନିହତ
ଜମ୍ମୁ ଓ କଶ୍ମୀରର ଅନନ୍ତନାଗର କୋକର୍ନାଗ ଅଞ୍ଚଳର ବେଲୁରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯେଉଁଥିରେ ଭାରତୀୟ ସୁରକ୍ଷାକର୍ମୀ ୩ ଆତଙ୍କୀଙ୍କୁ ନିହତ କରିଛନ୍ତି । ଏ ନେଇ କଶ୍ମୀରର ଆଇଜିପି ଏଏନଆଇକୁ ସୂଚନା ଦେଇ କହିଛନ୍ତି, ଏନକାଉଣ୍ଟର ଚାଲିଥିବା ବେଳେ ଲସ୍କରର ତିନି ଆତଙ୍କୀ ଫସି ରହିଥିଲେ। ହେଲେ ପରେ ଏହି ତିନି ଆତଙ୍କୀକୁ ମାରି ଦିଆଯାଇଛି ।
ଆଇଜି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ, ୩ ଲସ୍କର-ଇ-ତୋଇବାର ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛୁ । ଜିଲ୍ଲାର କୋକର୍ନାଗ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ନେଇ ଖବର ଆସିଥିଲା । ଏହାକୁ ଭିତ୍ତି କରି ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କର୍ଡନ କଡାକଡି ହୋଇ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ସୁରକ୍ଷା ବାହିନୀ ସାମ୍ନାକୁ ଆସି ତିନି ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ।
ଏହାପୂର୍ବରୁ, ଶୋପିଆନ୍ ଜିଲ୍ଲାରେ ମେ ୬ରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ସମୟ ମଧ୍ୟରେ ଜଣେ ଆତଙ୍କବାଦୀ ମଧ୍ୟ ଆତ୍ମସମର୍ପଣ କରିଥିଲେ ।
Powered by Froala Editor