କେଶ ପାଇଁ ଉପକାରୀ ଏହି ଫୁଲ
ଭୁବନେଶ୍ୱର: ସେବତୀ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ଏହା ଦେଖିବାକୁ ଗେଣ୍ଡୁଫୁଲ ଭଳି। ଏହାକୁ ଆପଣ ନିଶ୍ଚିତ ଦେଖିଥିବେ। ଏହାର ଅନେକ ଉପକାରୀ ଗୁଣ ଏବଂ ଫାଇଦା ରହିଛି। ଏହି ଫୁଲକୁ ସ୍କିନରେ ବାହାରୁଥିବା ବ୍ରଣ ଏବଂ ଡ୍ରାଏ ସ୍କିନରେ ଲଗାଇଲେ ଫାଇଦା ମିଳିଥାଏ। ଏହା ସହିତ ସେବତୀ ମଧ୍ୟ କେଶ ପାଇଁ ବହୁତ ଉପକାରୀ ହୋଇଥାଏ।
ଏହି ଗଛକୁ ଆପଣ ବହୁତ କମ୍ ଜାଗାରେ ଲଗାଇପାରିବେ। ଏହାକୁ କୌଣସି ନର୍ସରୀକୁ କିଣି ଆପଣ ଘରେ ଲଗାଇପାରିବେ।
କେଶ ପାଇଁ :
କେଶ ମଣିଷ ଶରୀରର ସୁନ୍ଦରତା ବଢାଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ କେଶ ପାଇଁ ବିଭିନ୍ନ ପ୍ରକାରର ମହଙ୍ଗା ପ୍ରସାଧନ ସାମଗ୍ରୀ ବଜାରରୁ କିଣୁଛି। ହେଲେ କିଛି ଫାଇଦା ମିଳୁନାହିଁ। କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ସେବତୀ ଫୁଲକୁ ସପ୍ତାହକୁ ୨ ଥର ନିଜ କେଶରେ ଲଗାଇଲେ ଫାଇଦା ମିଳିଥାଏ।
କେଶ ଝଡିବା ସାଧାରଣ ସମସ୍ୟା। କେଶ ଧଳା ହେବା, ରୂପି, ଚନ୍ଦାପଣ ଦୂର କରିବା ପାଇଁ ଏହାକୁ ବ୍ୟବହାର କରିପାରିବେ। ବିଶେଷଜ୍ଞଙ୍କ କହିବାନୁଯୟୀ, କେଶର ସମସ୍ତଙ୍କ ପ୍ରକାର ସମସ୍ୟାର ଥାଇରଏଡ ଗ୍ରନ୍ଥି ସହିତ ଜଡିତ ରହିଛି। ଏଥିରୁ ନିର୍ଗତ ହେଉଥିବା ଥାଇରାଏଡ ହରମୋନ ଏହିସବୁ ସମସ୍ୟାକୁ ଉତ୍ପନ୍ନ କରିଥାଏ।
ସେବତୀ ଫୁଲକୁ କ୍ୟାଲେଣ୍ଡୁଲା ବା ପଟ୍ ମାରିଗୋଲ୍ଡ ବୋଲି କୁହାଯାଏ। ଏହାର ଫୁଲ ପ୍ଲାବୋନଏଡସରେ ଭରପୂର ରହିଥାଏ। ତେଣୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ।
ତ୍ୱଚା ପାଇଁ :
ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଚିନ୍ତିତ ଥିଲେ ଏହି ଫୁଲକୁ ବ୍ୟବହାର କରିପାରିବେ। ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଏବଂ ଗଳା ଖରାପ ଥିଲେ ଏହାକୁ ବ୍ୟବହାର କରିପାରିବେ। କେଶ ଝଡିବା ସମସ୍ୟା ବ୍ୟତୀତ ତ୍ୱଚା ସମସ୍ୟା, ବ୍ରଣ ଏବଂ ଆକ୍ନେ ଦୂର କରିଥାଏ ସେବତୀ।
Powered by Froala Editor