କେରଳରେ ମଙ୍କିପକ୍ସର ୩ୟ ମାମଲା

କେରଳରେ ମଙ୍କିପକ୍ସର ୩ୟ ମାମଲା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ଏ ସମ୍ପର୍କରେ ପୁଷ୍ଟି କରିଛନ୍ତି। କେରଳ ମାଲାପ୍ପୁରମର ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣାଯାଇଛି । ସେ ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ । ଜ୍ବର ହେବାକୁ ସେ ମଞ୍ଜରି ମେଡିକାଲ କଲେଜରେ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ ଓ ଜୁଲାଇ ୧୫ରୁ ତାଙ୍କ ଶରୀରେ ଲକ୍ଷଣ ଦେଖାଯାଇଥିଲା । ଏହା ପରେ ତାଙ୍କ ନମୁନା ନିଆଯାଇଥିଲା, ଯାହାକି ପଜିଟିଭ ବାହାରିଥିଲା । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ବି ପର୍ଯ୍ୟବେକ୍ଷଣରେ ରଖାଯାଇଛି ।
ରାଜ୍ୟରେ ମଙ୍କିପକ୍ସର ଏହା ତୃୀତୟ ମାମଲା ବୋଲି ସେ କହିଛନ୍ତି। ଏବେ ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସନ୍ଧାନ କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଗତ ୧୪ ତାରିଖରେ ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା କେରଳରେ ଚିହ୍ନଟ ହୋଇଥିଲା । ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଥିଲେ । ଉକ୍ତ ବ୍ୟକ୍ତି ଗତ ୧୨ ତାରିଖରେ ୟୁଏଇରୁ ଆସି କେରଳର ତିରୁଅନନ୍ତପୁରମରେ ଓହ୍ଲାଇଥିଲେ । ସେହିପରି ଜୁଲାଇ ୧୮ରେ ଦେଶର ୨ୟ ମଙ୍କିପକ୍ସ ମାମଲା କେରଳରପ କୁନ୍ନୁରରେ ଚିହ୍ନଟ ହୋଇଥିଲା । ସେ ବି ଦୁବାଇରୁ ଆସିଥିଲେ ।
Powered by Froala Editor