ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଯଶୱନ୍ତ ସିହ୍ନା
ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ତେବେ ମୁର୍ମୁ ବିଜୟୀ ହେବା ପରେ ତାଙ୍କୁ ତୁରନ୍ତ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନା।
ସେ ବିଜୟ ପାଇଁ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ସମ୍ବିଧାନ ଅନୁସାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସହ ବିରୋଧୀ ଦଳଗୁଡ଼ିକ ତାଙ୍କୁ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ ଟ୍ୱିଟ କରିଛନ୍ତି, “ମୁଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି। ମୋ ଭଳି ପ୍ରତିଟି ଭାରତୀୟଙ୍କ ଆଶା ଦେଶର ୧୫ତମ ରାଷ୍ଟ୍ରପତି ସମ୍ବିଧାନ ଅନୁସାରେ କୌଣସି ଭୟ ଓ ପକ୍ଷପାତିତା ନ କରି କାମ କରିବେ। ମୁଁ ଦେଶର ଅନ୍ୟ ନାଗରିକଙ୍କ ଭଳି ଆଗାମୀ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଉଛି।
ଏହା ପୂର୍ବରୁ ଯଶୱନ୍ତ ସିହ୍ନା କହିଥିଲେ ଯେ, ମୁଁ ସ୍ଥିର କରିଛି ଯେ ଯଦି ମୁଁ ନିର୍ବାଚିତ ହୁଏ, ତେବେ ମୁଁ କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ହେବି। ଯେତେବେଳେ ବି କାର୍ଯ୍ୟନିର୍ବାହୀ କିମ୍ବା ଅନ୍ୟାନ୍ୟ ଅନୁଷ୍ଠାନ ସାମ୍ବିଧାନିକ ନିୟନ୍ତ୍ରଣ ଏବଂ ସନ୍ତୁଳନ ଉଲ୍ଲଂଘନ କରିବେ, ମୁଁ କୌଣସି ଭୟ କିମ୍ବା ପକ୍ଷପାତ ବିନା ନିଜ ଅଧିକାରର ବ୍ୟବହାର କରିବି। ଦୟାକରି ମୁର୍ମୁଜୀ ମଧ୍ୟ ରାଷ୍ଟ୍ରପତି ହେଲେ ଏସବୁ କରିବେ ବୋଲି ପ୍ରତିଜ୍ଞା କରନ୍ତୁ।
Powered by Froala Editor