ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ
କଲମ୍ବୋ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଛନ୍ତି । ତ୍ରିମୁଖୀ ମୁକାବିଲାରେ ବିକ୍ରମସିଂଘେ ବିଜୟୀ ହୋଇଛନ୍ତି । ପ୍ରକାଶ ଯେ କିଏ ହେବେ ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ? ଅଶାନ୍ତିର ତତଲା କଢ଼େଇରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ କିଏ ? ସେନେଇ ଆଜି ନିର୍ବାଚନ ହୋଇଥିଲା ।। ତେବେ ରାଷ୍ଟ୍ରପତି ଦୌଡ଼ର ଆଗରେ ରହିଥିଲେ ବର୍ତ୍ତମାନର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ।
ରେସ୍ରେ ଥିବା ଅନ୍ୟ ଦୁଇ ଆଶାୟୀ ହେଲେ ୬୩ ବର୍ଷୀୟ ସିଂହଳୀ ବୌଦ୍ଧ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାର ଦିସାନାୟକେ। ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳର ନେତା ସାଜିଥ୍ ପ୍ରେମଦାସା ରାଷ୍ଟ୍ରପତି ପଦ ରେସରୁ ନିଜକୁ ବାହାରେ ରଖିଥିବା ବେଳେ ଦୁଲାସ ଆଲାପେରୁମ୍ମାଙ୍କୁ ସମର୍ଥନ ଘୋଷଣା କରିଥିଲେ । ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ପାର୍ଲାମେଣ୍ଟ ଆଜି ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିଛି । ନୂଆ ରାଷ୍ଟ୍ରପତିଙ୍କ କାର୍ୟ୍ୟକାଳ ନଭେମ୍ବର ୨୦୨୪ ଯାଏ ରହିବ ।
Powered by Froala Editor