ବିଦ୍ରୋହୀ ହୋଇପାରନ୍ତି ସାଂସଦ : ୧୨ ଜଣଙ୍କୁ Y+ ସୁରକ୍ଷା
ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ବିଧାୟକଙ୍କ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହୋଇପାରନ୍ତି ସାଂସଦ। ବିଧାୟକଙ୍କ ପରେ ବର୍ତ୍ତମାନ ସାଂସଦମାନେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ମଧ୍ୟରେ ଆଜି ଉଦ୍ଧବଙ୍କ ସହ ଥିବା ୧୨ଜଣ ସାଂସଦଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦିଆଯାଇଛି। ଗତକାଲି ରାତିରେ ଏହି ୧୨ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଏହାପରେ ଏମାନଙ୍କୁ ସୁରକ୍ଷା ବଢ଼ାଇ ଦିଆଯାଇଛି। ତେବେ ବାଚସ୍ପତି ତାଙ୍କ ଚିଠି ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନଥିବା ସୂଚନା ମିଳିଛି। ତେବେ ଚିଠି ଲେଖିବା ପରେ ଏବେ ୧୨ଜଣ ସାଂସଦଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।
ସୂଚନା ମୁତାବକ, ଉଦ୍ଧବ ଗୋଷ୍ଠୀର ଶିବସେନା ସୋମବାର ସନ୍ଧ୍ୟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଥିଲେ। ଏଥିରେ ଆବେଦନ କରିଥିଲେ ଯେ, ବିନୟ ରାଉତଙ୍କୁ ତାଙ୍କ ସଂସଦୀୟ ଦଳର ନେତା ଭାବରେ ନିଯୁକ୍ତ କରାଯାଇଛି। ଦଳ ତାଙ୍କୁ ଦଳରୁ ଦୂରେଇ ଯାଇଥିବା କୌଣସି ପ୍ରତିନିଧିତ୍ୱକୁ ବିଚାର ନକରିବାକୁ ଅନୁରୋଧ କରିଛି। ସେପଟେ ଶିବସେନା ସଂସଦୀୟ ଦଳର ନେତା ସଞ୍ଜୟ ରାଉତ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ରାଜନଙ୍କୁ ମୁଖ୍ୟ ସଚେତକ କରିବାକୁ ସ୍ପଷ୍ଟ କରାଯାଇଛି।
Powered by Froala Editor