ମହମ୍ମଦ ଜୁବୈରଙ୍କ ବିରୋଧରେ ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ : ସୁପ୍ରିମକୋର୍ଟ
ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କ ବିରୋଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶରେ ତାଙ୍କ ବିରୋଧରେ ଆଉ ୫ଟି ହୋଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଜୁବୈରଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାଳୟ।
ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ୟୁପି ପୁଲିସ ଜୁବୈରଙ୍କ ନାମରେ ୫ଟି ମାମଲା ରୁଜୁ କରିଥିଲା। ହେଲେ ଏହି ଏତଲାକୁ ରଦ୍ଦ କରିବାକୁ ଜୁବୈର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ଜୁବୈରଙ୍କ ପକ୍ଷରୁ ହୋଇଥିବା ମାମଲାର ସବିଶେଷ ଶୁଣାଣି ପାଇଁ କୋର୍ଟ ଜୁଲାଇ ୨୦କୁ ଧାର୍ଯ୍ୟ କରିଛନ୍ତି। ତାପୂର୍ବରୁ କୌଣସି କାର୍ଯ୍ୟାନୁଷ୍ଠାନକୁ ବାରଣ କରିଛନ୍ତି କୋର୍ଟ। ଜୁବୈରଙ୍କ ପ୍ରସଙ୍ଗ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଜୁବୈରଙ୍କୁ ଜାଣିଶୁଣି ହଇରାଣ କରିବା ଉଦ୍ଦେଶ୍ୟରେ ତାଙ୍କ ନାମରେ ବାରମ୍ବାର ଏତଲା ରୁଜ୍ଜୁ କରାଯାଉ ଥିବା କୋର୍ଟ କହଇନ୍ତି। ଏହି ମାମଲାରେ ତୁରନ୍ତ ଶୁଣାଣି ପାଇଁ ଜୁଲାଇ ୨୦ ଲିଷ୍ଟିଂ କରିବାକୁ କୋର୍ଟ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ପୂର୍ବରୁ ଗିରଫ ହୋଇଥିବା ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଜାମିନ ପ୍ରଦାନ କରାଯାଇଛି। ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ୨୭ ତାରିଖରେ ମହମ୍ମଦଙ୍କୁ ଗିରଫ କରାଯାଇଥିବା ବେଳେ ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଜାମିନ ମିଳିଥିଲେ ବି ସେ ଜେଲ୍ରୁ ବାହାରିପାରିବେ ନାହିଁ। ତାଙ୍କୁ ଦିଲ୍ଲୀ ପୁଲିସର ବିଚାର ବିଭାଗୀୟ ହାଜତରେ ରଖାଯାଇଛି।
Powered by Froala Editor