କେରଳରୁ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଭାରତରେ ଦ୍ୱିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଛି। କେରଳର କୁନ୍ନୁର ଜିଲ୍ଳାରେ ଜଣେ ୩୧ ବର୍ଷୀୟ ଯୁବକ ମଙ୍କିପକ୍ସ ଦ୍ବାରା ଆକ୍ରାନ୍ତ ହୋଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ସେ ଦୁବାଇରୁ ଆସିବା ପରେ ତାଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଦେଖା ଦେଇଥିଲା। ପରେ ପରୀକ୍ଷା କରାଯିବାରୁ ତାଙ୍କୁ ମଙ୍କିପକ୍ସ ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ତାଙ୍କୁ ସରକାରୀ ମେଡିକାଲ୍ କଲେଜରେ ଚିକିତ୍ସା କରାଯାଉଛି।
ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଉପରେ ନଜର ରଖାଯାଇଛି।
ଜୁଲାଇ ୧୪ ତାରିଖରେ କେରଳର କୁଲ୍ଲାମ ଜିଲ୍ଲାରେ ଭାରତର ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ଗାଇଡ୍ଲାଇନ୍ ଜାରି କରାଯାଇଥିଲା। ଏହି ଗାଇଡ୍ଲାଇନ ଅନୁସାରେ ବିଦେଶ ଯାତ୍ରୀଙ୍କୁ ରୋଗୀଣା ଲୋକ ଜୀବିତ କିମ୍ବା ମୃତ ଜୀବଯନ୍ତୁଙ୍କ ସଂସ୍ପର୍ଶରେ ନ ଆସିବାକୁ ବାରଣ କରାଯାଇଥିଲା।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ ।

Powered by Froala Editor