ମାନବ ତସ୍କରୀ ମାମଲାରେ ଦଲେର ମେହନ୍ଦୀ ଗିରଫ
ମାନବ ତସ୍କରୀ ମାମଲାରେ ବଲିଉଡ୍ ଗାୟକ ଦଲେର ମେହନ୍ଦୀ ଗିରଫ। ପଟିୟାଲା କୋର୍ଟ ତାଙ୍କର ଦୁଇ ବର୍ଷର ଜେଲ୍ ଦଣ୍ଡ କାଏମ୍ ରଖିବା ପରେ ମହେନ୍ଦୀଙ୍କୁ ଗିରଫ କରାଯାଇଛି।
ଦଲେରଙ୍କ ବିରୋଧରେ ହୋଇଥିବା ଏହି ମାମଲା ୨୦୦୩ ମସିହାର। ଦଲେର ମେହେନ୍ଦୀ ଓ ତାଙ୍କ ଭାଇ ସମଶେରଙ୍କ ବିରୋଧରେ ମାନବ ଚାଲାଣ ଅଭିଯୋଗ ହୋଇଥିଲା। ଦୁଇ ଭାଇ ବେଆଇନ୍ ଭାବେ ବିଦେଶକୁ ମାନବ ଚାଲାଣ କରି ମୋଟା ଅଙ୍କର ଟଙ୍କା କମାଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦଲେର୍ ମେହେନ୍ଦୀ ଓ ତାଙ୍କ ବିରୋଧରେ ମୋଟ ୩୧ଟି ମାମଲା ହୋଇଥିଲା। ପ୍ରଥମ ମାମଲା ୨୦୦୩ରେ ଆମେରିକାରେ କରାଯାଇଥିଲା। କାରଣ ଅଧିକାଂଶ ଲୋକ ଆମେରିକା ପଠାଇଥିଲେ ଦୁଇ ଭାଇ।
ହେଲେ ୧୫ ବର୍ଷ ପରେ ଅର୍ଥାତ ୨୦୧୮ରେ ମାମଲାର ଶୁଣାଣି କରି ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍ କୋର୍ଟ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାର ଉଭୟଙ୍କୁ ୨ ବର୍ଷ ପାଇଁ ଜେଲ୍ ଦଣ୍ଡ ହୋଇଥିଲା। ଏହି ମାମଲାରେ ହୋଇଥିବା ଦୁଇ ବର୍ଷର ଜେଲ୍ ଦଣ୍ଡକୁ ପଟିୟାଲା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସିଙ୍ଗର। ଗୁରୁବାର ମାମଲାର ଶୁଣାଣି କରି ଉକ୍ତ ଦଣ୍ଡକୁ କାଏମ ରଖିଛନ୍ତି ପଟିୟାଲା କୋର୍ଟ।

Powered by Froala Editor