ସୁଶାନ୍ତଙ୍କ ପାଇଁ ରିୟା ସୌଭିକଙ୍କ ଠାରୁ ଅନେକ ଥର ଗଞ୍ଜେଇ ନେଇଥିଲେ
ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ଆହୁରି ବଢିପାରେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ ନେଇଥିଲେ।
ରିୟା ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ। ସେ ସାମୁଏଲ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଆଣିଥିଲେ। ଏହି ଗଞ୍ଜେଇକୁ ଆଣି ସେ ସୁଶାନ୍ତ ସିଂହଙ୍କୁ ଯୋଗାଉଥିଲେ। ରିୟା ୨୦୨୦ ମାର୍ଚ୍ଚ ରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଏହି ଗଞ୍ଜେଇ ନେଣଦେଣ ଦେୟ ପୈଠ କରିଥିଲେ। ରିୟାଙ୍କ ଭାଇ ସୌଭିକ ମଧ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ସେ ଏମାନଙ୍କ ଠାରୁ ଗଞ୍ଜେଇ ମଗାଉଥିଲେ। ଏହି ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ବୋଲି ଏନ୍ସିବି ତା' ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।
ସୂଚନା ଅନୁଯାୟୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଦେଶର ତିନୋଟି ବଡ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାର ତଦନ୍ତରେ ନିୟୋଜିତ ଥିଲେ। ପ୍ରଥମେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଥିଲା । ହେଲେ ଗୋଟିଏ ମାସ ପରେ ରିୟା ଜାମିନ ପାଇଥିଲେ। ଡ୍ରଗ୍ସ ନେବା ଏବଂ ଏହାକୁ କିଣିବାଓ ବିକ୍ରି କରିବା ଭଳି ତାଙ୍କ ନାଁରେ ଅନେକ ଗମ୍ଭୀର ଅଭିଯୋଗ ଆସିଥିଲା।
Powered by Froala Editor