ମହଙ୍ଗା ହେବ କରୋନା ଔଷଧ ଓ ଟିକା

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନା ଟିକା ଏବଂ ଔଷଧ ଉପରୁ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଛାଡ଼ କରିବା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ଦାବି କରାଯାଇ ଆସୁଛି । କିନ୍ତୁ ଜିଏସଟି ଛାଡ଼ କରାଗଲେ କରୋନା ଟିକା ଓ ଔଷଧ ଆଦି ମହଙ୍ଗା ହୋଇଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯଦି ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରି ଦିଆଯାଏ ତାହା ହେଲେ ନିର୍ମାତାମାନେ ସେମାନଙ୍କ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସୁବିଧା ପାଇପାରିବେ ନାହିଁ । ଫଳରେ ସେମାନେ ଉପôାଦିତ ଟିକା ମୂଲ୍ୟକୁ ବଢ଼ାଇ ଖାଉଟି ବା ନାଗରିକଙ୍କ ଉପରେ ଲଦିଦେବେ । ତେଣୁ ଟିକା ଉପରୁ ଜିଏସଟି ଛାଡ଼ କରିଲେ ଏହା ଗ୍ରାହକଙ୍କ ପାଇଁ ଲାଭଦାୟକ ତ ହେବ ନାହିଁ, ବରଂ ମୂଲ୍ୟ ବଢ଼ିଯିବ ବୋଲି ଅର୍ଥମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି । ଏଥିସହିତ ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ସାମଗ୍ରୀ ଉପରୁ ୧୦୦ ଟଙ୍କାର ଆଇଜିଏସଟି ଆଦାୟ କରାଯାଉଛି ସେଥିରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସଟି ବାବଦରେ ୫୦ ଟଙ୍କା ଏବଂ ରାଜ୍ୟ ସରକାର ଏସଜିଏସଟି ବାବଦରେ ୫୦ ଟଙ୍କା ପାଉଛନ୍ତି । ଏଥିସହିତ କେନ୍ଦ୍ର ସରକାର ଯେଉଁ ୫୦ ଟଙ୍କା ସିଜିଏସଟି ବାବଦରେ ପାଉଛନ୍ତି ରାଜ୍ୟଗୁଡ଼ିକ ସେଥିରୁ ଟିକସ ଅଂଶଧନ ଆବଣ୍ଟନ ବାବଦରେ ୪୧ ପ୍ରତିଶତ ବା ୨୦ ଟଙ୍କା ୫୦ ପଇସା ପାଉଛନ୍ତି ।
Powered by Froala Editor