୪ ବର୍ଷରେ ସୁନା ଦର ୧୦ ଗୁଣା ବଢ଼ିବ
ନୂଆଦିଲ୍ଲୀ : ଶୀର୍ଷକଟି ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଦେବ । ତେବେ କରୋନା ପାଇଁ ବେକାର ସଂଖ୍ୟା ବଢ଼ୁଥିବାବେଳ ଆର୍ଥିକ ଅବସ୍ଥା ବି ପ୍ରଭାବିତ ହୋଇଛି । ଫଳରେ ଡଲାରର ମୂଲ୍ୟ ମଧ୍ୟ ହ୍ରାସ ପାଇବାର ଆଶଙ୍କା ରହିଛି । ତେଣୁ ମାତ୍ର ୪ ବର୍ଷରେ ସୁନା ଦର ୧୦ ଗୁଣା ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଅର୍ଥନୀତିଜ୍ଞ ଜିମ ରିକାଡର଼୍ସ ।
ସେ କହିଛନ୍ତିଯେ, ୨୦୨୫ ସୁଦ୍ଧା ସୁନା ଦାମ ୧୦ ଗୁଣା ବୃଦ୍ଧି ପାଇବ । ୧୯୭୧ରେ ସୁନା କରେନ୍ସି ବଜାରରୁ ମୁକ୍ତ ହୋଇଥିଲା । ଫଳରେ ୧୯୮୦ ସୁଦ୍ଧା ତାହା ୨୦ ଗୁଣା ବୃଦ୍ଧି ପାଇଥିଲା । ୧୯୯୧ରୁ ୨୦୦୧ ମଧ୍ୟରେ ସୁନା ଦର ୬୭୦% ବଢି ଯାଇଥିଲା । ଅର୍ଥାତ ୧୯୭୧ରୁ ୨୦୦୧ ମଧ୍ୟରେ ସୁନା ଦର ୧୫ ଗୁଣା ବଢ଼ିଥିଲା । ୨୦୧୫ରେ ତୃତୀୟ ବୁଲ ମାର୍କେଟ ଆରମ୍ଭ ହୋଇଯାଇଛି । ଫଳରେ ୨୦୨୫ ସୁଦ୍ଧା ତାହା ୧୦ ଗୁଣା ବୃଦ୍ଧି ପାଇବ ବୋଲି ସେ ଆକଳନ କରିଛନ୍ତି । ସେୟାର ବଜାର କମିଲେ ସୁନା ଦର ବଢ଼ିବ । ୨୦୨୨ ବେଳକୁ ବଜାରରେ ଅସ୍ଥିରତା ବଢ଼ିଯିବ । ବିଶ୍ୱରେ ଏବେ ୩୪ ହଜାର ମେଟ୍ରିକ ଟନ ସୁନା ଥିବାବେଳେ ସୁନାରେ ନିବେଶ କରିବାକୁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷକରି ଆମେରିକାର ଅର୍ଥନୀତି କରୋନା ମାଡ଼ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଛି ।୨୦୨୫ ସୁଦ୍ଧା ଡଲାର ମୂଲ୍ୟ ୧୦ରୁ ୧୫ ଗୁଣା ହ୍ରାସ ପାଇବ । ଫଳରେ ସୁନା ଦର ବୃଦ୍ଧି ପାଇବା ନିଶ୍ଚିତ ବୋଲି ସେ କହିଛନ୍ତି । ଡଲାର ମୂଲ୍ୟ କମିଲେ ବିଶ୍ୱରେ ମାନ୍ଦାବସ୍ଥା ପରିସ୍ଥିତି ସୃଷ୍ଟି ହେବବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
Powered by Froala Editor