ଦୈତାରୀ ପଣ୍ଡାଙ୍କ ନାଁରେ ଏତଲା: ୧୫ ଲକ୍ଷ ନେଇ ଯାତ୍ରାପାର୍ଟିକୁ ଆସୁନଥିବା ଅଭିଯୋଗ
ପାର୍ବତୀ ଗଣନାଟ୍ୟଠୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଯାତ୍ରା ପାର୍ଟିରେ ଯୋଗ ଦେଉନଥିବାରୁ ଦୈତାରୀ ପଣ୍ଡାଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାଜଧାନୀ ମିଡିଆ ହାଉସ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ ଏତଲା ଦେଇଛନ୍ତି।
ଦୈତାରୀ ପଣ୍ଡାଙ୍କୁ ଚୁକ୍ତି ମୁତାବକ ୧୫ ଲକ୍ଷ ଟଙ୍କା ପାର୍ବତୀ ଗଣନାଟ୍ୟ ଦେଇଥିଲେ। ହେଲେ ସେ ୧୫ ଦିନରୁ ଅଧିକ ସମୟ ହେଲା ସମ୍ପୃକ୍ତ ପାଟିର ଆଖଡ଼ା ଘରେ ପହଞ୍ଚୁ ନାହାନ୍ତି। ସେଥିପାଇଁ ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।
ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦୈତାରୀ ପଣ୍ଡା। ସେ କହିଛନ୍ତି, ସେ ଗୁଡ଼ାକ ସବୁ ମିଛ କଥା। ‘୧୫ ଲକ୍ଷ କ’ଣ, ୫ ପଇସା ବି ନେଇନାହିଁ । ପାର୍ବତୀ ଗଣନାଟ୍ୟରୁ ଅଗ୍ରିମ ଆକାରରେ କୌଣସି ଟଙ୍କା ନେଇନାହିଁ । ମୁଁ କୌଣସି ଚୁକ୍ତିବଦ୍ଧ ହୋଇନାହିଁ କିମ୍ବା ମୁଁ ନିଖୋଜ ହୋଇନାହିଁ । ମୁଁ ମୋର ପୁରୁଣା ପାର୍ଟି କୋଣାର୍କ ସହ କାମ କରୁଛି, ଆଉ ପାର୍ବତୀ ଗଣନାଟ୍ୟ କର୍ମକର୍ତ୍ତାଙ୍କୁ ଜଣାଇ ଦେଇଛି। ମୋ ବିରୋଧରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ।’’
Powered by Froala Editor