ବି-୧ ଗ୍ରେଡ ସହ ମାଟ୍ରିକ ପାସ କଲେ ଫୁଲବାଣୀ ବିଧାୟକ
ବି-୧ ଗ୍ରେଡ଼ ସହ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ କରିଛନ୍ତି । ମୋଟ ୫୦୦ ମାର୍କରୁ ୩୬୪ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି, ଯାହାକି ମୋଟ ମାର୍କର ୭୨.୮ ପ୍ରତିଶତ।
ମାଟ୍ରିକ ପରୀକ୍ଷାରେ ପାସ ହେବା ପରେ ବିଧାୟକ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ସେ ପରୀକ୍ଷା ଦେଇଥିବା ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ବାସା ଓ ସହକାରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସେ ଆଗକୁ ମଧ୍ୟ ପାଠପଢା ଜାରି ରଖିବେ ବୋଲି କହିଛନ୍ତି ।
ସେ ଚଳିତ ୨୦୨୨ ଏସ୍ଆଇଓଏସ୍ରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେ ୫୮ ବର୍ଷ ବୟସରେ ଫୁଲବାଣୀ ସ୍ଥିତ ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ରରେ ବୋର୍ଡ଼ ପରୀକ୍ଷା ଦେଇଥିଲେ।
Powered by Froala Editor