ମାଟ୍ରିକ ଫଳ:ଫେଲ ହେଲେ ୮୬୯୯
ଭୁବନେଶ୍ୱର: ବୁଧବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳପ୍ରକାଶ ପାଇଛି । କଟକ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଶଶିକ୍ଷାମନ୍ତ୍ରୀ ସମୀରଞ୍ଜନ ଦାସ ଅନୁଷ୍ଠାନିକଭାବେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତ ବୋଲି ଜଣାଯାଇଛି ।
ଚଳିତ ବର୍ଷ ଏପ୍ରିଲ୍ ୨୮ରୁ ମେ ୭ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ଖାତା ଦେଖା ହୋଇଛି। ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ମନ୍ତ୍ରୀ ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପିଲା ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୫,୧୭,୮୪୭ଜଣ ପିଲା ପାସ କରିଥିବାବେଳେ ୮୬୯୯ଜଣ ପିଲା ଫେଲ ହୋଇଛନ୍ତି । ୨,୫୬,୮୭୭ଜଣ ଛାତ୍ର ପାସ କରିଥିବାବେଳେ ୨,୬୦,୯୬୦ଜଣ ଛାତ୍ରୀ ପାସ କରିଛନ୍ତି ।ଏ-୧ରେ ୮୧୧୯ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ ଏ-୨ରେ ୫୪,୮୮୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ କରିଛନ୍ତି ।
Powered by Froala Editor