ସେପ୍ଟେମ୍ବର ୩୦ ଯାଏ ସରକାରୀ କର୍ମଚାରୀଙ୍କ ଛୁଟିରେ ଲାଗିଲା କଟକଣା

ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏସମ୍ପର୍କରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁଖବୀର ସିଂ ସନ୍ଧୁ ମଙ୍ଗଳବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ବିପର୍ଯ୍ୟୟ ଯୋଗୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି ବ୍ୟାଘାତ ନହେବା ପାଇଁ ଏହି ନିଷେଧାଦେଶ ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବୈଠକ କରି କହିଥିଲେ ଯେ, ବିପର୍ଯ୍ୟୟ ଦୃଷ୍ଟିରୁ ଆସନ୍ତା ୩ମାସ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ଛୁଟି ଦିଆଯିବା ଉଚିତ ନୁହେଁ ବୋଲି କହିଛନ୍ତି।
କାରଣ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ମୌସୁମୀ ଅବଧି ତଥା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନାବଶ୍ୟକ ପରିସ୍ଥିତି ବ୍ୟତୀତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ମଞ୍ଜୁର କରାଯିବା ଉଚିତ ନୁହେଁ ଏବଂ ଯଦି ଛୁଟି ମଞ୍ଜୁର ହୁଏ, ତେବେ ସେହି ଅଧିକାରୀ କିମ୍ବା କର୍ମଚାରୀଙ୍କ ସ୍ଥାନରେ ଅନ୍ୟ କେହି ପୋଷ୍ଟ କରାଯିବା ନିଶ୍ଚିତ ହେବା ଉଚିତ ବୋଲି ସନ୍ଧୁ କହିଛନ୍ତି।

Powered by Froala Editor