ସ୍ତ୍ରୀର ଅଜବ ବୟାନ : ‘ମୋର ପ୍ରେମିକ ଓ ସ୍ୱାମୀ ଉଭୟ ଦରକାର’

ସ୍ତ୍ରୀର ଅନ୍ୟ ପୁଅ ସହିତ ଚାଲିଥିଲା ଅନୈତିକ ସମ୍ପର୍କ । ସ୍ୱାମୀ ଜାଣିବା ପରେ ସମସ୍ତେ ଥାନାରେ ପହଞ୍ଚିଥିଲେ । ହେଲେ ସ୍ତ୍ରୀର ଅଜବ ବୟାନ ସମସ୍ତଙ୍କୁ ଚକିତ କରିଛି । ସେ ଉଭୟ ପ୍ରେମିକ ଓ ସ୍ୱାମୀ ସହିତ ରହିବାକୁ ଚାହୁଁଛନ୍ତି । ଦୁହିଁଙ୍କୁ ସେ ବହୁତ ଭଲ ପାଆନ୍ତି । ତେଣୁ କାହାକୁ ବି ଛାଡିଲେ ସେ ରହିପାରିବେନି ବୋଲି କହିଛନ୍ତି । ଏ ଘଟଣା ଉତ୍ତରପ୍ରଦେଶ ମେନପୁରୀ ଜିଲ୍ଲାର ।
ମେନପୁରୀ ଜିଲ୍ଲାର ଅନୋଚ୍ଛା ଗାଁ ବାସିନ୍ଦା ସ୍ୱାମୀ ଭାଗବତ କଥା ଶୁଣିବା ପାଇଁ ଯାଇଥିଲେ । ଗାଁର ଜଣେ ଯୁବକଙ୍କ ସୂଚନାରେ ସେ ହଠାତ ଘରେ ପହଞ୍ଚିଥିଲେ । ସେଠାରେ ସେ ନିଜ ସ୍ତ୍ରୀଙ୍କୁ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ଏହାପରେ ଦୁହିଁଙ୍କୁ ମାଡ ମାରିଥିଲେ ଏବଂ ତିନି ଜଣ ଥାନାରେ ପହଞ୍ଚିଥିଲେ । ତେବେ ପଚରାଉଚରା ବେଳେ ମହିଳା ଜଣଙ୍କ ନିଜର ସ୍ୱାମୀ ଏବଂ ପ୍ରେମିକ କାହାକୁ ବି ଛାଡିବାକୁ ରାଜି ହୋଇ ନଥିଲେ।
ମହିଳା ଜଣଙ୍କ କହିଥିଲେ ୧୩ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ତାଙ୍କର ତିନୋଟି ପୁଅ ଏବଂ ଗୋଟିଏ ଝିଅ ଅଛି । ତେବେ ୧୩ ବର୍ଷରୁ ସେ ନିଜ ପ୍ରେମିକ ସହ ମଧ୍ୟ ଅଛନ୍ତି । ତିନି ମାସରୁ ମହିଳାଙ୍କ ପ୍ରେମିକ, ତାଙ୍କ ସହ ଗୋଟିଏ ଘରେ ରହି ଆସୁଥିଲେ । ତାଙ୍କ ସ୍ୱାମୀଙ୍କୁ ଜମିବାଡି କାମରେ ସେ ସାହାଯ୍ୟ କରୁଥିଲେ । ତେବେ ଥାନାରେ ମହିଳା ନିଜ ସ୍ୱାମୀ ଏବଂ ପ୍ରେମିକ ଉଭୟଙ୍କ ସହ ରହିବାକୁ ଜିଦ୍ କରିଥିଲେ। ଅନ୍ୟପଟେ ଥାନା ଅଧିକାରୀ ସୁରେଶ ଶର୍ମା ସ୍ୱାମୀ ଏବଂ ପ୍ରେମିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରିଥିଲେ।

Powered by Froala Editor