ବଜେଟରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ
ଭୁବନେଶ୍ବର: ରାଜ୍ୟର ପୂର୍ଣ୍ଣାଙ୍କ ବଜେଟ ବିଧାନସଭାରେ ଶନିବାର ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ କୋଟ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଇଛି। ମିଶନ ଶକ୍ତି ଓ ମହିଳା ଶିଶୁ ବିକାଶ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ମିଶନ ଶକ୍ତି କାର୍ୟ୍ୟକ୍ରମ ଅଧୀନରେ ୨ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ୧୦୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ମହିଳା, ଶିଶୁ କୈନ୍ଦ୍ରିକ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ୩,୫୬୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମମତା ଯୋଜନା ଅଧୀନରେ ୨୪୭ କୋଟିର ବ୍ୟବସ୍ଥା କରାଯାଇଛି। ପୁଷ୍ଟିର ମାନ ବୃଦ୍ଧି ପାଇଁ ସୋପାନ ଯୋଜନା ଅଧୀନରେ ୮୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ମାଲତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କ ପାଇଁ ୟୁନିଫର୍ମ ଯୋଗାଣ ପାଇଁ ୭୮ କୋଟି ପ୍ରଦାନ କରାଯାଇଛି। ବିଜୁ ଶିଶୁ ସୁରକ୍ଷା ଯୋଜନା ଆଶୀର୍ବାଦ ଅଧୀନରେ ୪୩ କୋଟି ପ୍ରଦାନ କରାଯାଇଛି।
Powered by Froala Editor