ଖୁବଶୀଘ୍ର ଆରମ୍ଭ ହେବ ଝଞ୍ଜାବତୀ ପ୍ରକଳ୍ପ
ଭୁବନେଶ୍ୱର : ୨୦୧୩-୧୪ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ କୃଷି ବଜେଟ ଉପସ୍ଥାପିତ କରୁଛନ୍ତି । ସେତେବେଳେ ବଜେଟର କଳେବର ୭୧୬୨ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ଆର୍ଥିକ ବଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୧ ହଜାର ୧୬୬ କୋଟିର କୃଷି ବଜେଟ ଉପସ୍ଥାପନ କରିଛନ୍ତି ।
କୃଷି ବଜେଟ ଉପସ୍ଥାପିତ କରି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତିଯେ, ୫ଟି ମନ୍ତ୍ର ଓ ମୋ ସରକାର ଅଭିଯାନ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । କୃଷି ବଜେଟ ବ୍ୟତୀତ ସରକାର ସ୍ୱତନ୍ତ୍ର ଭାବେ କ୍ଲାଇମେଟ ବଜେଟ, ଜେଣ୍ଡର ବଜେଟ, ଚାଇଲଡ଼ ବଜେଟ ଓ ନୁ୍ୟଟ୍ରିସନ ବଜେଟ ପ୍ରସ୍ତୁତି ଜାରି ରଖିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି ।
ଚାଷୀମାନଙ୍କ କଲ୍ୟାଣ ପାଇଁ କାଳିଆ ଯୋଜନା ନିମନ୍ତେ ୧୮୭୪ କୋଟିର ବ୍ୟୟବରାଦ ହୋଇଛି । ସାର ଓ ବିହନ ସୁଧମୁକ୍ତ ଋଣ ବାବଦକୁ ୨୦୦ କୋଟି, ଶସ୍ୟ ଉପôାଦନ ପରିଚାଳନା ବାବଦକୁ ୬୮୮ କୋଟିି, ଉଦ୍ୟାନ କୃଷି ବିକାଶ ନିମନ୍ତେ ୩୧୨ କୋଟି, କୁକୁଡ଼ା ଚାଷ ପାଇଁ ୧୦୨ କୋଟିର ବ୍ୟୟବରାଦ କରାଯାଇଛି । କୃଷକମାନଙ୍କୁ ସୁଧ ରିହାତି ବାବଦରେ ୮୯୩ କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ବାବଦରେ ୧୫୦ କୋଟି ଟଙ୍କାର ସହାୟତା ଦିଆଯିବ ।
ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଅସମ୍ପୂର୍ଣ୍ଣ ଏଆଇବିପି ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ୨୪୯୩ କୋଟିର ବ୍ୟୟ ବରାଦ କରାଯାଇଛି । ରାଜ୍ୟର ପ୍ରମୁଖ ନଦୀରେ ଇନଷ୍ଟି୍ରମ ଷ୍ଟୋରେଜ ଷ୍ଟ୍ରକଚର ପାଇଁ ୯୪୪ କୋଟି, ଡବ୍ଲୁ୍ୟଏସଆଇଡିପି ନିମନ୍ତେ ୧୦୨୨ କୋଟି, ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟ ପାଇଁ ୯୬୮ କୋଟିର ବ୍ୟୟବରାଦ କରାଯିବ । ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ଯୋଜନାରେ ୪୮୫ କୋଟି ଟଙ୍କା ଖର୍ଚ୍ଚ ପାଇଁ ଅଟକଳ କରାଯାଇଛି । ବିଜୁ କୃଷକ ବିକାଶ ଯୋଜନାରେ କମୁ୍ୟନିଟି ଲିଫ୍ଟ ଜଳସେଚନ ପଏଂଟ ନିମନ୍ତେ ୪୦୦ କୋଟି, କେନାଲ ଲାଇନିଂ ଆଣ୍ଡ ସିଷ୍ଟମ ପୁନର୍ବାସ କାର୍ଯ୍ୟକ୍ରମ ଅଧିନରେ ୪୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଏତଦବ୍ୟତୀତ କୃଷି ଗବେଷଣା, ଶିକ୍ଷା ଓ ଭିତିଭୂମି ବିକାଶ ନିମନ୍ତେ ୧୬୧ କୋଟି, ଉଦ୍ୟାନ କୃଷି କାର୍ଯ୍ୟକ୍ରମ ପାଇଁ ୩୧୨ କୋଟି, ଜାତୀୟ ଉଦ୍ୟାନ କୃଷି ମିଶନ ସକାଶେ ୧୨୨ କୋଟି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩ ଶହ କୋଟିର ବ୍ୟୟବରାଦ କରାଯାଇଛି । କୃଷି ଯନ୍ତ୍ରପାତି ଓ ଡିଜେଲ ପମ୍ପସେଟର ଚାହିଦା ବୃଦ୍ଧି ନିମନ୍ତେ ୪୩୨ କୋଟି ଖର୍ଚ୍ଚ ହେବ । ୨୦୨୨-୨୩ ଆର୍ଥିକ ବର୍ଷରେ ଆଉ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରମୁଖ ନଦୀରେ ୧୬ଟି ନୂତନ ଆଇଏସଏସ ପାଇଁ ୧୦୪୪ କୋଟି ଟଙ୍କା ଖର୍ଚ୍ଚର ଲକ୍ଷ୍ୟ ରହିଛି । ସାନ୍ଦୁଲ, କୁସୁମି, ସୋନୋ, ତୁରୀ-ଗୁଂଟାତରେ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ଝଞ୍ଜାବତୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ । ଏହାଛଡ଼ା ଖୁବଶୀଘ୍ର ମହାନଦୀ-ଚିତ୍ରୋପôଳା ଦ୍ୱୀପ ଜଳସେଚନ ଏବଂ ଦେଓ ପ୍ରକଳ୍ପ ଲୋକାର୍ପିତ କରାଯିବ ।
Powered by Froala Editor