୯ ମାସ ହେଲା ଦୁର୍ଗନ୍ଧରେ ଅଣାୟତ ବର୍ମିଂହାମ୍ ସହର, ଝରକା ଖୋଲୁନାହାନ୍ତି ଲୋକ
ବ୍ରିଟେନର ଏକ ସହରରେ ଦୁର୍ଗନ୍ଧ ବ୍ୟାପିବାରେ ଲାଗିଛି। ଏହି ଦୁର୍ଗନ୍ଧ ଯୋଗୁ ଲୋକଙ୍କର ପ୍ରବଳ ବାନ୍ତି ହେଉଛି। ଏପରିକି ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ବ୍ରିଟେନର ଓ୍ବେଷ୍ଟ ମିଡଲ୍ୟାଣ୍ଡ(ବର୍ମିଂହାମ୍)ରେ ଏପରି ସମସ୍ୟା ଦେଖିବାକୁ ମିଳିଛି।
ଗତ ୯ ମାସ ଧରି ଏପରି ଏହି ସମସ୍ୟା ଲାଗି ରହିଛି। ଜଣେ ବ୍ୟକ୍ତି କହିଛନ୍ତି, ଗନ୍ଧ ଯୋଗୁ ତାଙ୍କ ଶରୀରରେ କୁଣ୍ଡେଇ ହେଉଛି। ସାଧାରଣତଃ ପିଲାମାନଙ୍କୁ ଅଧିକ ସମସ୍ୟା ହେଉଛି। ସେମାନେ ବାରମ୍ବାର ବାନ୍ତି କରୁଛନ୍ତି।
ଅନ୍ୟ ଜଣେ କହିଛନ୍ତି, ଆମେ ଚାହିଁଲେ ବି ଆମର ଝରକା ଖୋଲିପାରୁନାହୁଁ। ସକାଳୁ ଦୁର୍ଗନ୍ଧ ଆରମ୍ଭ ହେଉଛି। ଲୋକମାନେ କୁହନ୍ତି ଯେ, ଏହି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା, ଯେତେବେଳେ ଆମେ ଅନୁଭବ କଲୁ ଯେ କିଛି ଗ୍ୟାସ କୌଣସି ସ୍ଥାନରୁ ଲିକ୍ ହୋଇଯାଇଥିଲା। ମାତ୍ର କେଉଁ ସ୍ଥାନରେ ବି ଲିକ୍ ମିଳି ନଥିଲା। ଏବେ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସେହି ସହରରେ ରହୁଥିବା ଅନ୍ୟ ଜଣେ କୁହନ୍ତି, ଏହି ସହରରେ ଜଣେ ଅତ୍ୟଧିକ ଗରମ, ଉପରରୁ ଦୁର୍ଗନ୍ଧ ହେତୁ ଘରର ଝରକା ଚାହିଁଲେ ମଧ୍ୟ ଖୋଲି ହେଉ ନାହିଁ।
ପରିବେଶ ଏଜେନ୍ସିର ମୁଖପାତ୍ର କହିଛନ୍ତି, କିଲି ବ୍ରୋସରେ ଦୁର୍ଗନ୍ଧ ବିଷୟରେ ଆମ ଦଳ ଅବଗତ ଅଛନ୍ତି। ଏହାକୁ ହଟାଇବା ପାଇଁ କିଛି କାମ କରାଯାଇଛି, ଆଉ କିଛି ଉପରେ କାମ ଚାଲିଛି।
Powered by Froala Editor