କଟକରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ
ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ରାଜ୍ୟକୁ ଘାରିଲାଣି କରୋନା ଚିନ୍ତା । ଏଥିପାଇଁ ଭୁବନେଶ୍ୱର ପରେ କଟକରେ ମଧ୍ୟ ମାସ୍କ ହେଲା ବାଧ୍ୟତାମୂଳକ । ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ । ଖାଲି ସେତିକି ନୁହେଁ, କଟକକୁ ବାହାରୁ ଯାଉଥିବା ସମସ୍ତ ଲୋକଙ୍କ ପାଇଁ ମଧ୍ୟ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।
ଏହାସହିତ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ରକ୍ଷା କରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଏହାସହିତ ମଲ୍ ଓ ଦୋକାନରେ ସାମାଜିକ ଦୂରତା ନରହିଲେ ମାଲିକ ଦାୟୀ ରହିବେ ବୋଲି କୁହାଯାଇଛି ।
Powered by Froala Editor