ଗୁଣ୍ଡିଚା ମନ୍ଦିର ରୋଷଘରର ୨୦ରୁ ଅଧିକ ଚୂଲି ଭାଙ୍ଗିଦେଲେ ଦୁର୍ବୃତ୍ତ !
ଆସନ୍ତାକାଲି ଆଡପ ଅବଢା ପାଇଁ ଲକ୍ଷାଧିକ ଭକ୍ତ ଅନେଇ ରହିଛନ୍ତି । ଏହାରିଭିତରେ ଗୁଣ୍ଡିଚା ମନ୍ଦିର ରୋଷଘରର ୨୦ରୁ ଅଧିକ ଚୂଲି ଭାଙ୍ଗିଦେଲେ ଦୁର୍ବୃତ୍ତ । କୋଠଭୋଗ ଚୂଲିକୁ ଛାଡି ସବୁ ଚୂଲି ଭାଙ୍ଗିଦେଲେ । ଘଟଣାସ୍ଥଳରେ ପହଞ୍ଚି ଉପଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଚୂଲି ଗୁଡିକର ମରାମତି ଚାଲିଛି । ଆଡପ ଅବଢା ପାଇଁ ୩ଦିନ ପୂର୍ବରୁ ତିଆରି ଚୂଲି ତିଆରି ହୋଇଥିଲା ।
ଗତକାଲି ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା କରାଯାଉଛି । ଆଡ଼ପ ଅବଢା ରନ୍ଧା ପାଇଁ ଉକ୍ତ ଚୁଲି ପ୍ରସ୍ତୁତ ହୋଇଥିଲା । ଚୁଲି ଭଙ୍ଗା ନେଇ ସୁଆର ମହାସୁଆର ନିଯୋଗ ସଭାପତି ସୂଚନା ଦେଇଛନ୍ତି । ମୋଟ ୭୫୨ଟି ଚୁଲି ମଧ୍ୟରୁ ୨୦ଟି ଚୁଲି ଭଙ୍ଗା ଯାଇଛି ।
ତେବେ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି । ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରେ ଚୁଲି ଭଙ୍ଗା ଯାଇନାହିଁ । ଏନେଇ ସୂଚନା ଦେଇଛନ୍ତି ଅନନ୍ତ ତିଆଡି । ଶ୍ରୀଗୁଣ୍ଡିଚା ପୂର୍ବ ଦିନରୁ ଗୁଣ୍ଡିଚା ମନ୍ଦିରର ସମସ୍ତ ୨୪୦ ଟି ଟୁଲିକୁ ଭଙ୍ଗା ଯାଇଥାଏ । ଏହି ମରାମତି କାର୍ଯ୍ୟ ଦୁଇ ଦିନ ଧରି ଚାଲିଥାଏ ।
ଏହିଠାରେ ସୂଚନା ଯେ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ଚୁଲି ଭଙ୍ଗା ଯାଇଥିଲା । ଆଉ ତଦନ୍ତ ପରେ ଅଭିଯୁକ୍ତକୁ ବି ଗିରଫ କରାଯାଇଥିଲା ।
Powered by Froala Editor