ବିଜେବି କଲେଜ ହଷ୍ଟେଲରେ ଆତ୍ମହତ୍ୟା କଲେ ଛାତ୍ରୀ
ରାଜଧାନୀ ଭୁବନେଶ୍ୱରସ୍ଥ ବିଜେବି କଲେଜ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର କରାଯାଇଛି । ମୃତକ ଛାତ୍ରୀ ଜଣକ ଯୁକ୍ତ ୩ ପ୍ରଥମ ବର୍ଷର କଳା ଛାତ୍ରୀ ବୋଲି ଜଣାଯାଇଛି । ମୃତ ଛାତ୍ରୀ ଜଣଙ୍କ କଟକର ରୁଚିକା ମହାନ୍ତି ବୋଲି ଜଣାପଡିଛି । କଲେଜର କାରୁବାକି ଛାତ୍ରୀ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍ରେ ପଡିଥିବା ବେଳେ ରୁମ୍ କବାଟ ଭିତର ପଟୁ ବନ୍ଦ ରହିଥିଲା । ଛାତ୍ରୀ ଜଣଙ୍କୁ ଡାକିବାରୁ ସେ କବାଟ ନ ଖୋଲିବାକୁ ହଷ୍ଟେଲ ଓ୍ବାର୍ଡେନ୍ ଏବଂ ସୁପରିଣ୍ଟେଣ୍ଡଣ୍ଟଙ୍କୁ ଖବର ଦିଆଯାଇଥିଲା । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି କବାଟ ତାଡି ମୃତଦେହ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କ’ଣ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
Powered by Froala Editor