ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ତିଆରି ହେବ ଫିଲ୍ମ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟିଙ୍କ ଜୀବନକାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ୧୯୨୪ ମସିହା ଡିସେମ୍ୱର ୨୫ ରେ ଗୁଆଲିଅରରେ ଜନ୍ମ ହୋଇଥିବା ଅଟଳ ବିହାରୀ ବାଜପେୟିଙ୍କ ଉପରେ ତିଆରି ହୋଇଥିବା ସିନେମାର ନାଁ ‘ଅଟଲ’ ରହିଛି। ଏହି ସିନେମାକୁ ତିଆରି କରିବା ପାଇଁ ଦୁଇଜଣ ବରିଷ୍ଠ ସିନେ ନିର୍ମାତା ବିନୋଦ ଭାନୁଶାଲୀ ଓ ସନ୍ଦୀପ ସିଂହ ହାତ ମିଳାଇଛନ୍ତି। ସନ୍ଦୀପ ସିଂହ ଏହାର ପୋଷ୍ଟର ଶେୟାର କରି ବାୟୋପିକ୍ ନେଇ କରିଛନ୍ତି ଘୋଷଣା। ୨୦୨୩ରେ ଏହାର ଶୁଟିଂ ଆରମ୍ଭ ହେବ। ପରେ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅର୍ଥାତ କ୍ରିସମାସ୍ ୨୦୨୩ରେ ଏହାକୁ ରିଲିଜ କରାଯିବ।
ଇନଷ୍ଟାଗ୍ରାମରେ ସନ୍ଦୀପ ଲେଖିଛନ୍ତି, ବାଜପେୟୀ ଭାରତର ରାଜନୈତିକ ଇତିହାସର ମହାନ ନେତାଙ୍କ ମଧ୍ୟରୁ ଜଣେ। ସେ ନିଜ ଶବ୍ଦରେ ଶତ୍ରୁଙ୍କ ହୃଦୟ ବି ଜିଣି ନେଉଥିଲେ। ଜଣେ ଫିଲ୍ମନିର୍ମାତା ହୋଇଥିବା ହେତୁ ତାଙ୍କ ଜୀବନକାହାଣୀକୁ ଲୋକଲୋଚନକୁ ଆଣିବା ନେଇ ଚିନ୍ତା କରିଛି। ଫଳରେ ରାଜନୈତିକ ବିଚାରଧାରା ସହ ମାନବୀୟ ଗୁଣର ନିଦର୍ଶନ କରିହେବ। କାହିଁକି ସେ ବିରୋଧୀଙ୍କ ସବୁଠାରୁ ପ୍ରିୟ ଏବଂ ଦେଶର ସବୁଠାରୁ ପ୍ରଗତିଶୀଳ ପ୍ରଧାନମନ୍ତ୍ରୀ ହୋଇଥିଲେ ତାହା ସମସ୍ତେ ଜାଣିବେ।
ସନ୍ଦୀପ ସିଂହ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍ ‘ପିଏମ ନରେନ୍ଦ୍ର ମୋଦୀ’ ସିନେମା ନିର୍ମାଣ କରି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ଅଟଲ’ ସିନେମାର ନିର୍ଦ୍ଦେଶକ ଓ ଅଟଳଙ୍କ ଭୂମିକାରେ କେଉଁ କଳାକାର ଅଭିନୟ କରିବେ ତାହା ବହୁତ ଶୀଘ୍ର ଘୋଷଣା ହେବ।

Powered by Froala Editor