ମାସ୍କ ନେଇ ଆସିଲା ଏହି ଖବର, ଜାଣି ରଖନ୍ତୁ....
ଭୁବନେଶ୍ଵର : ଆସନ୍ତା ୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ। ରଥଯାତ୍ରା ଭିଡ଼ରେ ମାସ୍କ ପିନ୍ଧନ୍ତୁ। ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ। ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏବେ କିଛି ମାତ୍ରାରେ ସଂକ୍ରମଣ ବଢିଛି। ଖୋର୍ଦ୍ଧାରେ ମଧ୍ୟ ସଂକ୍ରମଣ ବଢିଛି। ଟେଷ୍ଟିଂ ବଢିବ, ପୁରୀରେ ହେଲ୍ଥ କ୍ୟାମ୍ପ ହେବ। ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ସମୀକ୍ଷା କରିବେ।
Powered by Froala Editor