ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପୁରୁଣାଗୁମାରେ ପୋଷ୍ଟମାଷ୍ଟର ଭାବରେ କାର୍ୟ୍ୟରତ ଥିବା ଆରତୀ ଦଣ୍ଡସେନା(୨୨)ଙ୍କ ମୃତ ଦେହ ତାଙ୍କ ପୁରୁଣାଗୁମା ସ୍ଥିତ ଭଡା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କ ଘର ସୁନ୍ଦରଗଡ଼ ହେଇଥିବା ବେଳେ ସେ ୨୦୨୦ ଠାରୁ ପୋଷ୍ଟମାଷ୍ଟର ଭାବରେ ପୁରୁଣାଗୁମାରେ ଯୋଗଦାନ କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗାଁ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । । ଅନ୍ୟ ପଟେ ମୃତ ପୋଷ୍ଟ ମାଷ୍ଟରଙ୍କ ବାପା ପୁରୁଣାଗୁମା ଗାଁରେ ପହଞ୍ଚି ଥିବା ସୂଚନା ମିଳିଛି।
Powered by Froala Editor