ବଦଳିବେ ବିରୋଧୀ ଦଳ ନେତା
ଭୁବନେଶ୍ଵର : ଖୁବଶୀଘ୍ର ବଦଳିବେ ବିରୋଧୀ ଦଳ ନେତା। ବିଧାନସଭା ଅଧିବେଶନ ପୂର୍ବରୁ ହୋଇପାରେ ବିରୋଧୀ ଦଳ ନେତା ଚୟନ। ଏନେଇ ବିଜେପି ଦଳର ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରାଜ୍ୟ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି। ବିଧାୟକ କୁସୁମ ଟେଟେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବିରୋଧୀ ଦଳରେ ଅଛୁ। ବିରୋଧୀ ଦଳ ନେତା ଅସୁସ୍ଥ ଥିବାରୁ ଗୃହରେ ସଠିକ୍ ପ୍ରସଙ୍ଗ ଉଠାଇପାରୁନୁ। ତେଣୁ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ଚୟନ ହୋଇପାରନ୍ତି।
Powered by Froala Editor