ହେଲମେଟ ନପିନ୍ଧି ଫାଇନ ଦେଲେ ମନ୍ତ୍ରୀ ଓ ବିଧାୟକ
ଭୁବନେଶ୍ୱର : ହେଲମେଟ ପିନ୍ଧି ନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଫାଇନ ଗଣିଛନ୍ତି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।
ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ବାଲେଶ୍ୱର ଗସ୍ତରେ ଯାଇଥିଲେ । ଗସ୍ତ କାଳରେ ସେ କେତେକ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ । ତେବେ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଦାସ ବାଇକରେ ଯାଇଥିଲେ । ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ବାଇକ ଚଳାଉଥିବାବେଳେ ମନ୍ତ୍ରୀ ତାଙ୍କ ପଛପଟେ ବସିଥିଲେ । ଉଭୟ ହେଲମେଟ ପିନ୍ଧିନଥିବାରୁ ଟ୍ରାଫିକ ପୁଲିସ ଅଟକାଇଥିଲେ । ଟ୍ରାଫିକ ପୁଲିସ ଫାଇନ କାଟିଥିଲେ । ପରେ ବିଧାୟକ ଶ୍ରୀ ଦାସ ଟ୍ରାଫିକ ଥାନା ଯାଇ ହଜାରେ ଟଙ୍କା ଜରିମାନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ଆଜି ବିଭିନ୍ନ ସ୍କୁଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀମାନଙ୍କୁ ୫ଟି ସହ ଆଉ ଗୋଟିଏ ଟି ବା ଟୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀମାନେ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି ।
ପିଲାଙ୍କୁ ପଣକିଆ ନଆସିବାରୁ ପ୍ରଧାନ ଶିକ୍ଷକଙ୍କର ଦରମା ବନ୍ଦ କରରାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାବୀର ନୋଡାଲ ୟୁପି ସ୍କୁଲରେ । ସୂଚନା ଅନୁସାରେ, ଆଜି ଗଣ ଶିକ୍ଷା ମନ୍ତ୍ରୀ ଆକ୍ସନ ମୁଡକୁ ଚାଲି ଆସିଥିବା ବେଳେ ଛାନିଆ ହୋଇ ଯାଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ୫ଟି ସ୍କୁଲ୍ ପରିଦର୍ଶନ କରିବାକୁ ଯାଇ ମହାବୀର ନୋଡାଲ ୟୁପି ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ ପହଞ୍ଚିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ପରିଦର୍ଶନ କରିଥିଲେ । ଏହି ସମୟରେ ମନ୍ତ୍ରୀ ତୃତୀୟ ଶ୍ରେଣୀ ପିଲାଙ୍କୁ ତିନିକ ପଣିକିଆ ଡାକିବାକୁ କହିଥିଲେ । କିନ୍ତୁ ପିଲା ପଣିକିଆ ଡାକି ପାରିବାରୁ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ । ଏହା ସହିତ କାରଣ ଦର୍ଶାଅ ନୋଟିସ ସହିତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି । ଆସନ୍ତା ୧୫ ଦିନ ଭିତରେ ନୋଟିସ୍ର ଉତ୍ତର ଦେବାକୁ ମଧ୍ୟ ସମ୍ପୃକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
Powered by Froala Editor