ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ ଭରିଛନ୍ତି । ସଂସଦ ଭବନରେ ନାମାଙ୍କନ ଭରିଛନ୍ତି ଦ୍ରୌପଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର କ୍ୟାବିନେଟର ବହୁ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ନାମାଙ୍କନ ଦାଖଲ ସମୟରେ ବିଜେଡି ପକ୍ଷରୁ ୨ କ୍ୟାବିନେଟ ମନ୍ତ୍ରୀ ଓ ଓଡିଶାରୁ ୧୧ ବିଜେପି ବିଧାୟକ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରଥମେ ସଂସଦ ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରି ନାମାଙ୍କନ ପାଇଁ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ ।
କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଭରିବା ସମୟରେ ସାମିଲଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାରୁ ଦ୍ରୌପଦୀଙ୍କ ପାଇଁ ୧୦ ବିଜେପି ବିଧାୟକ ଏଥିରେ ସାମିଲ ହୋଇଥିବା ବେଳେ ବିଜେଡିର ୨ଜଣ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛନ୍ତି ।
ବିଜେଡିରୁ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ଦ୍ରୌପଦୀଙ୍କ ନାମାଙ୍କନ ବେଳେ ଉପସ୍ଥିତ ଥିଲେ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଦୁଇଜଣ ସାଂସଦ ଏଥିରେ ସାମିଲ ହୋଇଥିଲେ । ଦ୍ରୌପଦୀ ଓଡ଼ିଶାରେ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଝାରଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ସେ କାର୍ୟ୍ୟ କରିଛନ୍ତି ।
Powered by Froala Editor