ଭଡ଼ା ଘରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ଵର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା। ଭଡ଼ା ଘରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଭୁବନେଶ୍ଵର ନୟାପଲ୍ଲୀ ଥାନା ଅନ୍ତର୍ଗତ ବଡ଼ ସାହିରେ ଏକ ଭଡ଼ା ଘରେ ରହୁଥିଲେ। ଘର ଭିତରୁ ନୟାପଲ୍ଲୀ ଥାନା ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି।
ଧାରାବାହିକ କେମିତି କହିବି କହରେ ରଶ୍ମିରେଖା ଓଝା ଅଭିନୟ କରିଥିଲେ। ରଶ୍ମିଙ୍କ ଘର ଜଗତସିଂପୁର ଜିଲ୍ଲା ତ୍ରିତୋଲ ସଙ୍କେତପାଟଣାରେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେ ତାଙ୍କର ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାଁନ୍ତି।
Powered by Froala Editor