ଭିଜିଲାନ୍ସ ସ୍କାନରରେ ଜଳେଶ୍ୱର ବିଡ଼ିଓ
ବାଲେଶ୍ବର: ଭିଜିଲାନ୍ସ ସ୍କାନରରେ ଜଳେଶ୍ୱର ବିଡ଼ିଓ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ଏକାକାଳୀନ ଚାଲିଛି ରେଡ୍ । ଝିଙ୍କିରିଆ ସ୍ଥିତ ପୌତୃକ ଘର, କଳାପଦା ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଜଳେଶ୍ବର ବ୍ଲକ ଅଫିସ, ଜଳେଶ୍ବର ସରକାରୀ ବାସଭବନ, କଟକରେ ତାଙ୍କ ପତ୍ନୀ ରହୁଥିବା ଖପୁରିଆ ସ୍ଥିତ ବାସଭବନ, କଟକର ତିନୋଟି ସ୍ଥାନ ସମେତ କେନ୍ଦ୍ରାପଡା ସ୍ଥିତ ଭୂଇଁପୁର ଗ୍ରାମରେ ଚଢାଉ ଜାରି ରହିଛି ।
୫ ଜଣ ଡିଏସପି ଓ ୯ ଜଣ ଇନସ୍ପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ଏହି ରେଡରେ ସାମିଲ ରହିଛନ୍ତି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରିରଖିଛି ଭିଜିଲାନ୍ସ ଟିମ ।
Powered by Froala Editor