ବଦଳିଲେ ବ୍ୟକ୍ତିଗତ ସଚିବ: କାହ। ପାଇଁ କିଏ ଜାଣନ୍ତୁ
ଭୁବନେଶ୍ୱର: ନୂଆ ମନ୍ତ୍ରୀ ଆସିବା ପରେ ତାଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ବଦଳାଇ ଦିଆଯାଇଛି । ଏଥିପାଇଁ ପ୍ରାଶାସନିକ ସ୍ତରରେ ବଦଳି ହୋଇଛି । ଏବେ ନୂଆ ମନ୍ତ୍ରୀଙ୍କ ନୂଆ ପିଏସ୍ ରହିବେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତଥା ପଛୁଆବର୍ଗ ବିକାଶ ବିଭାଗ ମନ୍ତ୍ରୀଙ୍କ ନୂଆ ପିଏସ୍ ହୋଇଛନ୍ତି ଅରୂପ କୁମାର ସାହୁ । ସେ ଆଇନ ମନ୍ତ୍ରୀଙ୍କ ପିଏସ୍ ଭାବେ ମଧ୍ୟ କାମ କରିବେ ।
ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀଙ୍କ ପିଏସ୍ ହୋଇଛନ୍ତି ଅଞ୍ଜନ କୁମାର ଦାସ । କୃଷି ତଥା ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ପିଏସ୍ ହେବେ ସରୋଜ କୁମାର ରାଉତ । ଡା. ପ୍ରଦୀପ କୁମାର ରାଉତ ହେଲେ ଜଙ୍ଗଲ, ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ପିଏସ୍ ହୋଇଛନ୍ତି ପ୍ରତାପ ଚନ୍ଦ୍ର ହୋତା। ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ପିଏସ୍ ଭାବେ ଏସ୍କେ ଜମିରୁଦ୍ଦିନ୍ ଏବଂ ଇସ୍ପାତ ଓ ଖଣି ବିଭାଗ ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ପିଏସ୍ ଭାବେ କାଳିପ୍ରସନ୍ନ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି ।
ବିଜୟ କୁମାର ସ୍ୱାଇଁ ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଶକ୍ତି ବିଭାଗ ମନ୍ତ୍ରୀଙ୍କ ପିଏସ୍, ସୁରଞ୍ଜନ ପ୍ରଧାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପିଏସ୍, ଚିନ୍ମୟ କୁମାର ଆଚାର୍ୟ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପିଏସ୍, ସୁକାନ୍ତ କୁମାର ପ୍ରଧାନ ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କ ପିଏସ୍, ରଶ୍ମିରଞ୍ଜନ ସାହୁ ବିଜ୍ଞାନ ଓ କାରିଗରୀ କୌଶଳ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀଙ୍କ ପିଏସ୍, ମନମୋହନ ବାରିକ ସଂସଦୀୟ ବ୍ୟାପାର ବିଭାଗର ଓଏସ୍ଡି ସହ ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀଙ୍କ ପିଏସ୍, ପ୍ରଶାନ୍ତ କିଶୋର ମହାପାତ୍ର ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପିଏସ୍, ମାନସ ରଞ୍ଜନ ପାଢ଼ୀ ପର୍ୟ୍ୟଟନ ବିଭାଗର ପିଏସ୍, କୈଳାସ ଚନ୍ଦ୍ର ଦାଶ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା କ୍ରୀଡ଼ା ବିଭାଗ ଏବଂ ଗୌରହରି ବେହେରାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପିଏସ୍ ନିଯୁକ୍ତି ମିଳିଛି ।
Powered by Froala Editor