Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ...

  • ବଡ଼ ଖବର: ୩% ବଢିଲା DA

  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

  • ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ...

  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ...

  • ମନ୍ଦିରରୁ ନବବଧୂକୁ ଉଠାଇନେଲେ

  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ...

ରାଜ୍ୟ
Home ›› ରାଜ୍ୟ ››ଶିକ୍ଷା ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ: ନବୀନ ପଟ୍ଟନାୟକ

ଶିକ୍ଷା ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ: ନବୀନ ପଟ୍ଟନାୟକ

2022-06-13 17:33:04
15388
Share:
Facebook
Twitter
E-Mail
WhatsApp
Telegram
ଶିକ୍ଷା ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ: ନବୀନ ପଟ୍ଟନାୟକ

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‍ ଅନ୍ତର୍ଗତ ଆର୍ମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା ଇମାମି-କିସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍‍ଘାଟନ କରିଛନ୍ତି । ଏହି ବିଦ୍ୟାଳୟକୁ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଦ୍‌ଘାଟନ କରି ସେ ବହୁତ ଖୁସୀ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାବାସୀ ବିଶେଷ କରି ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କିସ୍ ଓ ଇମାମିର ଏହି ମିଳିତ ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଶିକ୍ଷା ହିଁ ହେଉଛି ଶକ୍ତିଶାଳୀ ମାଧ୍ୟମ । ଶିକ୍ଷା ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ । ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚାଲିଥିବା ବେଳେ ଏବେ ସୁଦ୍ଧା ସାରା ରାଜ୍ୟରେ ୪ହଜାର ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇ ସାରିଛି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରିଛି । କିସ୍ ପକ୍ଷରୁ ରାଜ୍ୟର ଭୁବନେଶ୍ୱର ସହ ଅନ୍ୟ ଜିଲ୍ଲାରେ ସ୍କୁଲ୍ ଖୋଲାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରେ କିସ୍ ପକ୍ଷରୁ ଜନଜାତି ପିଲାଙ୍କ ପାଇଁ ନିଶୁଳ୍କ ଓ ଆବାସିକ ବିଦ୍ୟାଳୟ ଖୋଲାଯିବାର ପ୍ରୟାସ ଜାରି ରହିଛି । ସବୁ ପିଲାଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଂଚାଇବାରେ ଆମର ଉଦ୍ୟମକୁ ଏହା ଆହୁରି ଶକ୍ତିଶାଳୀ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱା) ଅଶ୍ୱିନୀ କୁମାର ପାତ୍ର ବକ୍ତବ୍ୟ ଦେଇ କହିଲେ, ଶିକ୍ଷା କ୍ଷେତ୍ରରେ ଜନଜାତି ପିଲାଙ୍କ ପାଇଁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଶ୍ରୀ ସାମନ୍ତ ଶିକ୍ଷା ମାଧ୍ୟମରେ ଗରିବ ଓ ଅବହେଳିତ ପିଲାଙ୍କ ମଧ୍ୟରେ ନୂତନ ଆଲୋକ ସୃଷ୍ଟି କରିଛନ୍ତି । ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଲେ, ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ପ୍ରଶଂସା କରିବା ଉଚିତ । ସେ ଶିକ୍ଷା ମାଧ୍ୟମରେ ଲକ୍ଷଲକ୍ଷ ଗରିବ ଓ ଅବହେଳିତ ପିଲାଙ୍କ ପାଇଁ ଜୀବନର ରାହା ସୃଷ୍ଟି କରିପାରିଛନ୍ତି । ଶ୍ରୀ ସାମନ୍ତଙ୍କ ଏହି ପ୍ରୟାସକୁ୍ ଆମେ ସମସ୍ତେ ସହଯୋଗ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ । ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା କହିଲେ, ଏହି ବିଦ୍ୟାଳୟ ମୋ ନିର୍ବାଚନମଣ୍ଡଳିରେ ପ୍ରତିଷ୍ଠିତ ହୋଇଥିବାରୁ ମୁଁ ବହୁତ ଖୁସୀ । ଏହା ନିର୍ବାଚନମଣ୍ଡଳି ପାଇଁ ଗର୍ବ ଓ ଗୌରବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏହି ବିଦ୍ୟାଳୟ ପାଇଁ ଜମି କ୍ରୟଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜ୍‍ଡ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସମେତ ୧ଲକ୍ଷ୨୦ହଜାର ବର୍ଗଫୁଟ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରୁ ଇମାମି ଗ୍ରୁପ୍‍ ୧୪ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ବାକି ୩୬ କୋଟି ଟଙ୍କା କିଟ୍‍ ତରଫରୁ ଖର୍ଚ୍ଚ କରାଯାଇଛି । ଇମାମି-କିସ୍‍ ଆବାସିକ ବିଦ୍ୟାଳୟରେ ସିବିଏସ୍‍ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୨ଶହ କେବଳ ଗରିବ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ । ପାଠ ପଢ଼ା ବ୍ୟତୀତ ଏଠାରେ  ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତ ମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ । ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରସ୍ଥିତ କିସ୍‍ କିମ୍ବା କିଟ୍‍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ଭୁବନେଶ୍ୱର କିସ୍‍ ଭଳି ଏଠାରେ ସମ୍ପୂର୍ଣ୍ଣ ଆବାସିକ ଓ ବିନାଦେୟରେ ଗରିବ ପିଲାମାନେ ପାଠ ପଢ଼ିପାରିବେ । ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ । ଏହା ବାଲେଶ୍ୱରବାସୀଙ୍କ ସମ୍ପତ୍ତି ହୋଇ ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା କେ ସୁଦର୍ଶନ ଚକ୍ରବର୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇମାମି ଗ୍ରୁପ୍‌ର ପ୍ରତିନିଧି ସୁଶିଲ କୁମାର ଗୋଏଙ୍କା ଉପସ୍ଥିତ ଥିଲେ ।

Powered by Froala Editor

Tags Chief minister, Naveen Patnaik, Odisha

Related articles Odisha News Lens 4.1

  •  ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ
    ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14426
    Oct 27, 2026
  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର
    ଦେଶ-ଦେଶାନ୍ତର

    ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

    15443
    Oct 27, 2026
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି
    ଦେଶ-ଦେଶାନ୍ତର

    ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    15204
    Oct 27, 2026
  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ...
    ଦେଶ-ଦେଶାନ୍ତର

    ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ...

    13712
    Oct 28, 2026
  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ
    ଦେଶ-ଦେଶାନ୍ତର

    ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13904
    Oct 27, 2026
  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

    13602
    Oct 27, 2026
  •  ବଡ଼ ଖବର: ୩% ବଢିଲା DA
    ଦେଶ-ଦେଶାନ୍ତର

    ବଡ଼ ଖବର: ୩% ବଢିଲା DA

    14501
    Oct 28, 2026
  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା
    ଦେଶ-ଦେଶାନ୍ତର

    ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

    15398
    Oct 27, 2026
  • ମନ୍ଦିରରୁ ନବବଧୂକୁ ଉଠାଇନେଲେ
    ଦେଶ-ଦେଶାନ୍ତର

    ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14748
    Oct 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

    13602
    Oct 27, 2026
  • ଦେଶ-ଦେଶାନ୍ତର

    ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15248
    Oct 27, 2026
  • ଦେଶ-ଦେଶାନ୍ତର

    ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14748
    Oct 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17229
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17925
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17870
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18294
    Sep 06, 2023

ବିଶେଷ

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14664
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15981
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14908
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15642
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15798
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    15985
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14286
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15130
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14831
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଡ଼ ଖବର: ୩% ବଢିଲା DA

    14501
    Oct 28, 2026
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    15204
    Oct 27, 2026
  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ହେଲେ ବିଜେପି ପ୍ରାର୍ଥୀ

    13712
    Oct 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In