ଓଜନ ହ୍ରାସ କରେ ଛତୁଆ, କିଭଳି ଜାଣନ୍ତୁ
ଛତୁଆ ସ୍ୱାସ୍ଥ୍ୟ ପାଇଁ ବରଦାନ। ଖରାଦିନେ ଛତୁଆ ସେବନ କଲେ ସବୁଆଡ଼ୁ ଲାଭ ମିଳିଥାଏ, କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଛତୁଆ ଆପଣଙ୍କ ବଢ଼ୁଥିବା ଓଜନକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରି ପାରିବ। ଆଜିକାଲି ଓଜନ ବୃଦ୍ଧି ସମସ୍ୟା ଅଧିକାଂଶ ଲୋକଙ୍କ ଠାରେ ଦେଖାଯାଉଛି। ଏମିତିରେ ଛତୁଆ ଆପଣଙ୍କ ସମସ୍ୟାର ଏକ ବଢ଼ିଆ ସମାଧାନ ହୋଇପାରିବ। ଏଥିରେ ଫାଇବର, ପ୍ରୋଟିନ ଭରପୂର ମାତ୍ରାରେ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପେଟ ସହ ଜଡ଼ିତ ସମସ୍ୟା ପାଇଁ ମଧ୍ୟ ଛତୁଆ ରାମବାଣ ଚିକିତ୍ସା ହୋଇଥାଏ। ଆସନ୍ତୁ ଜାଣିବା, ଛତୁଆ କିଭଳି ଭାବେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
ଛତୁଆରେ ଭରପୂର ମାତ୍ରାରେ ଫାଇବର ରହିଛି, ଯାହା କି ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ପୂରିବାର ଅନୁଭବ କରାଇଥାଏ। ଛତୁଆ ଖାଇଲେ ବାରମ୍ବାର ଭୋକ ଲାଗି ନ ଥାଏ, ଯଦ୍ଦ୍ଵାରା ଆପଣ ଅତିରିକ୍ତ କ୍ୟାଲୋରୀ ନେବାରୁ ବଞ୍ଚି ଯାଆନ୍ତି। ଯଦି ଆପଣ ଓଜନ କମ୍ କରିବା ପାଇଁ ଚେଷ୍ଟା କରୁଛନ୍ତି, ତ ଛତୁଆ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ତେବେ ସକାଳେ ଜଳଖିଆ ରୂପେ ଏହାକୁ ସେବନ କଲେ ଅଧିକ ଲାଭ ମିଳିଥାଏ। ଶରୀରକୁ ବିଷାକ୍ତ ପଦାର୍ଥରୁ ମୁକ୍ତ କରିବା ପାଇଁ ମଧ୍ୟ ଛତୁଆ ସବୁଠାରୁ ଭଲ ଡାଏଟ୍ ହୋଇଥାଏ।
ଛତୁଆ ଶରୀରକୁ ଶୀତଳତା ପ୍ରଦାନ କରିବା ସହିତ ଆପଣଙ୍କୁ ଭରପୂର ପୋଷଣ ଦେଇଥାଏ। ଆପଣ ଚାହିଁଲେ ଛତୁଆକୁ ସରବତ କରି ପିଇ ପାରିବେ ନଚେତ୍ ବହଳିଆ ଭାବେ ଗୋଳାଇ ଖାଇ ପାରିବେ। ଛତୁଆର ଲୁଣିଆ ସରବତ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଏହାଦ୍ୱାରା ଆପଣଙ୍କ ଭୋକ ଶାନ୍ତ ରହିଥାଏ। କେବଳ ସରବତ ନୁହେଁ, ଛତୁଆରୁ ଆପଣ ବିଭିନ୍ନ ପ୍ରକାର ଡ୍ରିଙ୍କ୍ ମଧ୍ୟ ପ୍ରସ୍ତୁତ କରି ସେବନ କରି ପାରିବେ।
ତେବେ ଅଧିକ ମାତ୍ରାରେ ଛତୁଆ ସେବନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ। କାହିଁକି ନା, ଏହାଦ୍ୱାରା ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଦିନରେ ଥରେ କିମ୍ବା ଦୁଇ ଥର ହିଁ ଛତୁଆ ଖାଇବା ଦରକାର। ଛତୁଆ ବୁଟ ବା ଚଣାରେ ପ୍ରସ୍ତୁତ ହୋଇଥାଏ। ତେଣୁ ଯେଉଁ ଲୋକମାନଙ୍କୁ ବୁଟ କିମ୍ବା ଚଣାରେ ଆଲର୍ଜି ରହିଛି, ସେମାନେ ଛତୁଆ ସେବନ କରିବା ଉଚିତ ନୁହେଁ। ଏହା ବ୍ୟତୀତ ଯେଉଁ ମାନଙ୍କର ଗ୍ୟାସ୍ ସମସ୍ୟା ଅଛି, ସେମାନେ ମଧ୍ୟ ଛତୁଆ କମ୍ ମାତ୍ରାରେ ସେବନ କରିବା ଉଚିତ।
Powered by Froala Editor