କୋଭିଡ୍ ସ୍ଥିତି ସମୀକ୍ଷା କଲେ କେଜ୍ରିୱାଲ, ୩ ମାସରେ ସମସ୍ତଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ରାଜ୍ୟରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସମୟରେ ସେ ଆଶ୍ୱସ୍ତିକର ଖବର ଦେଇଛନ୍ତି । କେଜ୍ରିୱାଲ୍ କହିଛନ୍ତି, ଏବେ ଦିଲ୍ଲୀରେ ଅକ୍ସିଜେନର ଅଭାବ ନାହିଁ । କେନ୍ଦ୍ର ସରକାର ଆବଶ୍ୟକ ଅକ୍ସିଜେନ୍ ଯୋଗାଇ ଦେବାରୁ ଏହି ସମସ୍ୟା ଦୂର ହୋଇଛି । ଅପରପକ୍ଷରେ କେଜ୍ରିୱାଲ୍ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ଦିଲ୍ଲୀର ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ସେ କହିଛନ୍ତି । ଏଥିପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟିକାକରଣ ଦ୍ୱାରା କରୋନାର ତୃତୀୟ ଲହର ରୋକାଯାଇ ପାରିବ ବୋଲି କୁହାଯାଉଛି । ତେଣୁ ଏହାକୁ ଗୁରୁତର ସହ ଗ୍ରହଣ କରିବାକୁ ଜିଲ୍ଲାଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦୈନିକ ସେମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ସହ ଏହାର ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।
Powered by Froala Editor