ବିଶ୍ଵର ସବୁଠୁ ବଡ ହ୍ବିସ୍କି ବୋତଲ ନିଲାମ, ଯାହାର ସ୍ୱାଦ ସୁନା ଏବଂ ଆପଲ୍ ପରି
ବିଶ୍ବର ସବୁଠୁ ବଡ ହ୍ବିସ୍କି ବୋତଲ ନିଲାମ ହୋଇଛି । ବୋତଲକୁ ପ୍ରାୟତଃ ୧.୪ ମିଲିୟନ୍ ଡଲାର୍ରେ ଅର୍ଥାତ୍ (୧୦ କୋଟି ୮୭ ଲକ୍ଷ ୬୯ ଟଙ୍କା) ନିଲାମ କରାଯାଇଛି। ଏକ ଆନ୍ତର୍ଜାତୀୟ କଲେକ୍ଟର ଏହାକୁ କିଣିଛନ୍ତି।
ଏହି ବୋତଲଟି ୫ ଫୁଟର । ଏହାର ଲମ୍ବ ୧୧ ଇଞ୍ଚ । ଏଥିରେ ୩୧୧ ଲିଟର ହ୍ବିସ୍କି ଭର୍ତ୍ତି ହୋଇପାରେ । ଏହି ବୋତଲକୁ ଶେଷରେ ଅନଲାଇନ୍ରେ ନିଲାମ କରାଯାଇଛି। ନିଲାମ କମ୍ପାନୀ କହିଛି ଯେ ଏହି ହ୍ବିସ୍କିର ନାମ ରଖାଯାଇଛି ‘ଦି ଇଣ୍ଟ୍ରିପିଡ୍’ । ଏହା ପ୍ରାୟ ୩୨ ବର୍ଷ ପୁରୁଣା ସିଙ୍ଗଲ-ମାଲ୍ଟ ।୧୯୮୯ରେ ସ୍ପାଇସାଇଡ୍ ର ପ୍ରତିଷ୍ଠାତା ଦ ମେକଲାନରେ ଏହା ଡିଷ୍ଟିଲ୍ ହୋଇଥିଲା । ସେପ୍ଟେମ୍ବର ୨୦୨୧ରେ ଏହି ହ୍ବିସ୍କି ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା। ନିଲାମ କମ୍ପାନୀ ଲିଓନ୍ ଆଣ୍ଡ ଟର୍ନବୁଲ୍ କହିଛନ୍ତି ଯେ ଏହି ହ୍ବିସ୍କି ସୁନା ଏବଂ ଆପଲ୍ ପରି ସ୍ବାଦ।
Powered by Froala Editor