ରାଜ୍ୟସଭା ନିର୍ବାଚନ : ପ୍ରାର୍ଥୀ ଘୋଷଣା କଲା ବିଜେପି ଓ କଂଗ୍ରେସ
ରାଜ୍ୟସଭା ନିର୍ବାଚନ ଲାଗି ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ପ୍ରଥମ ପକ୍ରିୟାରେ ଦଳ ଉତ୍ତର ପ୍ରଦେଶର ୬ଟି ଆସନ ଲାଗି ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ରାଧା ମୋହନ ଅଗ୍ରୱାଲଙ୍କ ସମେତ ୬ ଜଣଙ୍କ ନାମ ଘୋଷଣା କରାଯାଇଛି । ଦ୍ୱିତୀୟ ତାଲିକାରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ର ଗୋଟିଏ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ମଧ୍ୟପ୍ରଦେଶରୁ କବିତା ପାଟିଦାର, କର୍ଣାଟକରୁ ନିର୍ମଳା ସୀତାରମଣ ଏବଂ ଜଗେଶ, ମହାରାଷ୍ଟ୍ରରୁ ପିୟୁଷ ଗୋୟେଲ ଏବଂ ଡ. ଅନିଲ ସୁଦେବରାଓ, ରାଜସ୍ଥାନରୁ ଘନଶ୍ୟାମ ତିୱାରୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି ଉତ୍ତରପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ, ସୁରେନ୍ଦ୍ର ସିଂ ନଗର, ବାବୁରାମ ନିଷାଦ, ଦର୍ଶନ ସିଂହ, ସଙ୍ଗୀତା ଯାଦବ, ଉତ୍ତରାଖଣ୍ଡରୁ କଳ୍ପନା ସୈନୀ, ବିହାରରୁ ସତୀଶ ଚନ୍ଦ୍ର ଦୁବେ, ଶମ୍ଭୁ ଶରଣ ପଟେଲ, ଏବଂ ହରିୟାଣାରୁ କୃଷ୍ଣ ଲାଲ ପମ୍ବାରଙ୍କୁ ରାଜ୍ୟସଭା ପଠାଇବେ ନିମନ୍ତେ ଘୋଷଣା କରିଛି ବିଜେପି ।
ବିଜେପି ପରେ ୧୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ୭ଟି ରାଜ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏଆଇସିସି। ତାମିଲନାଡୁରୁ ପି. ଚିଦାମ୍ବରମ, ଛତିଶଗଡ଼ରୁ ରାଜୀବ ଶୁକ୍ଳାଙ୍କ ନାମ ଘୋଷଣା କରାଯାଇଛି। ସେହିପରି ହରିୟାଣାରୁ ଅଜୟ ମାକେନ, ରାଜସ୍ଥାନରୁ ରଣଦୀପ ସିଂ ସୂର୍ଯେୱାଲା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
ଆସନ୍ତା ଜୁନ୍ ୧ରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହି ଆସନଗୁଡିକ ହରିୟାଣା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁ ସମେତ ୧୫ଟି ରାଜ୍ୟରେ ନିର୍ବାନ ହେବ।
Powered by Froala Editor