ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ଼
ଦିଲ୍ଲୀରେ ହୋଇଥିବା କୃଷକ ଆନ୍ଦୋଳନର ନେତା ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ଼ କରାଯାଇଛି। ଭାରତୀୟ କିଷାନ ୟୁନିଅନ(ବିକେୟୁ) ଦୁଇ ଫାଳ ହେବା ପରେ କୃଷକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କୃଷକ ନେତା। ବେଙ୍ଗାଲୁରୁ ପ୍ରେସ କ୍ଲବର ଗାନ୍ଧୀ ଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ଟିକାୟତ। ଏହି ସମୟରେ ଗାନ୍ଧୀ ଭବନ ଭିତରକୁ କିଛି ଲୋକ ପଶି ଆସି ଟିକାୟତଙ୍କ ଉପରକୁ କାଳି ମାଡ଼ କରିବା ସହ ମାଇକ୍ ଫିଙ୍ଗିଥିଲେ। ଏହି ଦୁର୍ବୃତ୍ତମାନେ ସ୍ଥାନୀୟ ଚାଷୀ ନେତା କୋଡିହାଲି ଚନ୍ଦ୍ରଶେଖରଙ୍କ ସମର୍ଥକ ବୋଲି ଜଣାପଡ଼ିଛି। ପୂର୍ବରୁ ଚନ୍ଦ୍ରଶେଖର ଏକ ସାମ୍ବାଦିକ ସମ୍ମଳିନୀ କରିଥିଲେ। ସେଥିରେ ତାଙ୍କ ଉପରେ ମିଥ୍ୟା ଆରୋପ ଲାଗିବା କଥା ଅଭିଯୋଗ ଆଣିଥିଲେ ।
ତାଙ୍କ ନାମରେ ବସ ଷ୍ଟ୍ରାଇକ୍ ବନ୍ଦ ପାଇଁ ବଟି ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ସାମ୍ବାଦିକ ସମ୍ମଳନୀରେ ଚନ୍ଦ୍ରଶେଖର ଚାଷୀ ନେତା ଟିକାୟତଙ୍କ ସହ ଅନେକ କେନ୍ଦ୍ରୀୟ ନେତାଙ୍କ ନାମ ନେଇଥିଲେ। ଚନ୍ଦ୍ରଶେଖର ଜଣେ ଠକ ବୋଲି ଟିକାୟତ କହିଥିବା ସେ ଅଭିଯୋଗ କରିଥିଲେ। ଏହାକୁ ନେଇ କେନ୍ଦ୍ରୀୟ ଚାଷୀ ନେତା ଓ ସ୍ଥାନୀୟ ଚାଷୀ ନେତାଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହାକୁ ନେଇ ଚନ୍ଦ୍ରଶେଖରଙ୍କ ସମର୍ଥକମାନେ କ୍ରୋଧାନ୍ନିତ ହୋଇ ଟିକାୟତଙ୍କ ଉପରକୁ କାଳି ମାଡ଼ କରିଥିବା ଜଣାପଡ଼ିଛି।
Powered by Froala Editor