ବିମାନରେ ଛେପ ଦେଖି ଟ୍ୱିଟ୍ କଲେ ଆଇଏଏସ୍ ଅଫିସର : 'କେହି ଜଣେ ନିଜ ପରିଚୟ ଛାଡ଼ିଯାଇଛି'
ଯେତେ ସଚେତନ କରାଯାଉ ନା କାହିଁକି କିଛି ଲୋକ ନିଜ ପ୍ରକୃତି ଛାଡିବାକୁ ନାରାଜ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଏକ ବିମାନ ଭିତରେ । ଏଭଳି ଏକ ଦୃଶ୍ୟକୁ ନିଜ ମୋବାଇଲ୍ ଉଠାଇ ଟ୍ୱିଟ୍ କରିଛନ୍ତି ଆଇଏଏସ୍ ଅଫିସର ଅଶ୍ୱନୀ ଶରଣ। ସେ ଗୁଟକା ପଡ଼ିଥିବା ବିମାନ ୱିଣ୍ଡୋର ଫୋଟକୁ ଟ୍ୱିଟ୍ କରି ଲେଖିଛନ୍ତି ” କେହି ଜଣେ ନିଜ ପରିଚୟ ଛାଡ଼ିଯାଇଛି ଏଇଠି।” ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏବେ ଯାଏ ଏହି ଫଟୋରେ ୫ଶହରୁ ଅଧିକା ଲୋକ ରିଟ୍ବିଟ୍ କରିଛନ୍ତି ।
ଶରଣ ଟ୍ୱିଟ୍ କରିଥିବା ଫଟୋରେ ବିମାନର ୱିଣ୍ଡୋ ତଳକୁ କେହି ଜଣେ କୁଅଭ୍ୟାସଗତ ବ୍ୟକ୍ତି ଗୁଟ୍କା ଛେପ ଫିଙ୍ଗିଥିବାର ଦେଖାଯାଉଛି। ନେଟିଜେନ୍ସମାନେ ମଧ୍ୟ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଖବର ଲେଖାଯିବା ସୁଦ୍ଧା ଫଟୋଟିକୁ ୧୩ ହଜାର ଲାଇକ୍ ମିଳିଲାଣି।
Powered by Froala Editor