ଶ୍ରୀଲଙ୍କାରେ ପେଟ୍ରୋଲ ୪୨୦ ଟଙ୍କା
ଶ୍ରୀଲଙ୍କାରେ ପେଟ୍ରୋଲର ଘୋର୍ ଅଭାବ ଦେଖାଦେବାରୁ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି। ଦେଶରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଅକ୍ଟାନେ ୯୨ ପେଟ୍ରୋଲର ଲିଟର ପିଛା ଦାମ ୪୨୦ ଟଙ୍କାରେ ପହଞ୍ଚି ଯାଇଛି। ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୪୦୦ ହୋଇଛି। ଏପ୍ରିଲ ୧୯ ପରେ ପଡୋଶୀ ଦେଶରେ ଇନ୍ଧନ ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି।
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ଦର୨୪.୩% ଏବଂ ଡିଜେଲ ୩୮.୪% ବୃଦ୍ଧି ପାଇଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଏହି କାରଣରୁ ଏହି ବୃଦ୍ଧି ଘଟିଛି। ସିପିସି ପକ୍ଷରୁ କୁହାଯାଇଛି ଯେ ତୈଳ କମ୍ପାନୀଗୁଡ଼ିକ ହିଁ ପେଟ୍ରୋଲର ଲିଟର ପିଛା ଦାମ ୮୨ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୧୧୧ ଟଙ୍କା ବୃଦ୍ଧି କରିଛନ୍ତି।
ଏହା ପୂର୍ବରୁ ପେଟ୍ରୋଲର ଘୋର୍ ଅଭାବ ଦେଖାଦେବାରୁ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ‘ନୋ ପେଟ୍ରୋଲ୍’ ପୋଷ୍ଟର୍ ଲଗାଯାଇଥିଲା। ସ୍ଥାନୀୟ ଲୋକମାନେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ପେଟ୍ରୋଲ ନଥିଲା।
ବିଜୁଳି ଓ ଶକ୍ତି ମନ୍ତ୍ରୀ କାଞ୍ଚନା ବିଜେସେକେରା କହିଛନ୍ତି, “ଆଜି ରାତି ୩ଟାରୁ ସଂଶୋଧିତ ତୈଳ ଦର ଲାଗୁ ହେବ। ତୈଳଦର ଧାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଥିବା ନିୟମକୁ କ୍ୟାବିନେଟ ଅନୁମୋଦନ ଦେଇଛି। ସେହି ଅନୁଯାୟୀ ତୈଳ ଦର ସଂଶୋଧିତ ହେବ।”
Powered by Froala Editor