ବର୍ଷାଙ୍କୁ ଅନୁଭବଙ୍କ ପ୍ରଶ୍ନ: ଦୁଇ ବର୍ଷରେ ତାଙ୍କ ବିରୋଧରେ ଏତେ ଏତଲା କୁଆଡୁ ଆସିଲା

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ଭିଡିଓ । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି । ଏହାପରେ ପାଲଟା ଭିଡିଓ ଜାରି କରି ଅନୁଭବ କହିଛନ୍ତି, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡପତ୍ର ମାମଲା ମିଡିଆରେ ପ୍ରସାରଣ ନହେବାକୁ କୋର୍ଟରେ ଅପିଲ୍ କରିଥିଲେ । କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ ।
ସାଂସଦ କହିଛନ୍ତି, ସେ ଜଣେ ରାଜନୈତିକ ବ୍ୟକ୍ତି । ପାରିବାରିକ ମାମଲା ମିଡିଆକୁ ଗଲେ ତାଙ୍କର ବିରୋଧୀ ଏହାକୁ ପ୍ରସଙ୍ଗ କରିବେ । ପରେ ବାହାଘର ଖେଳ ଘେର ଭାବେ ପରିଣତ ହୋଇଯିବ । ତେଣୁ ମିଡିଆରେ ଏହି ମାମଲା ପ୍ରସାରଣ ନହେବାକୁ ଅପିଲ କରିଥିଲେ କିନ୍ତୁ ବର୍ଷା ଏହାକୁ ସେତେବେଳେ ବିରୋଧ କରିଥିଲେ ବୋଲି ସାଂସଦ କହିଛନ୍ତି । ଯଦି ସେ ତାଙ୍କର ଏତେ କ୍ଷତି ପହଂଚାଉଥିଲେ ପୂର୍ବରୁ କାହିଁକି ବର୍ଷା ଏତଲା ଦେଉନଥିଲେ । ଦୁଇ ବର୍ଷରେ ତାଙ୍କ ବିରୋଧରେ ଏତେ ଏତଲା କୁଆଡୁ ଆସିଲା ବୋଲି ଅନୁଭବ ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି । ସତ ଧୀରେ ଧୀରେ ସାମ୍ନାକୁ ଆସିବ । ପୁଲିସ ଏବଂ ପ୍ରଶାସନ ଉପରେ ଭରସା ରହିଛି ବୋଲି ସାଂସଦ କହିଛନ୍ତି ।
Powered by Froala Editor