କୁତବ ମୀନାର ପରିସର ଖନନ ଖବର ମିଛ
ଦିଲ୍ଲୀରେ ଥିବା ପୁରାତନ ଐତିହ୍ୟ କୁତବ ମିନାର ପରିସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏସଆଇ) ପକ୍ଷରୁ ଉତ୍ଖନନ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଏହାର ଅବସାନ ଘଟାଇଛନ୍ତି ଦିଲ୍ଲୀର ସଂସ୍କୃତି ମନ୍ତ୍ର ଜିକେ ରେଡ୍ଡୀ। ମନ୍ତ୍ରାଳୟ ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି।
ରିପୋର୍ଟ ବିଷୟରେ ସ୍ପଷ୍ଟ କରି ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ASI) ପକ୍ଷରୁ କୁତବ ମୀନାର ପରିସରରେ କୌଣସି ଖନନ କାର୍ଯ୍ୟ ହେବ ନାହିଁ। ଏପର୍ଯ୍ୟନ୍ତ ଏହି ମାମଲାରେ ଆମେ କୌଣସି ନିଷ୍ପତ୍ତି ନେଇ ନାହୁଁ। ଏଭଳି ରିପୋର୍ଟ ସମ୍ପୂର୍ଣ୍ଣ ଭିତ୍ତହୀନ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜିକେ ରେଡ୍ଡୀ କହିଛନ୍ତି।
ଜ୍ଞାନବାପୀ ମସଜିଦ୍ରେ କମ୍ପ୍ଲେକ୍ସରେ ହିନ୍ଦୁ ମୂର୍ତ୍ତି ଥିବା ନେଇ ଚର୍ଚ୍ଚା ହେବା ପରେ କୁତୁବ ମିନାର ବିବାଦ ଘେରକୁ ଆସିଥିଲା। ଏଏସଆଇ ଜଣେ ପୂର୍ବତନ ନିର୍ଦ୍ଦେଶକ ଧରମବୀର ଶର୍ମା କୁତୁବ ମିନାରକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ। ସେ କହିଥିଲେ ଯେ, କୁତବମିନାର ହିନ୍ଦୁ ଶାସକ ବିକମ୍ରା ଦୈତ୍ୟଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ଏହାକୁ କୁତବ ଅଲ ଦିନ ଐବାକ ତିଆରି କରି ନଥିଲେ ବୋଲି ସେ ଥିଲେ ।
ଏହାପରେ ଆଜି କୁତବ ମୀନାର ପରିସରରେ ଖନନ କରିବା ସହ ଆଇକନୋଗ୍ରାଫି କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଥିଲା। ଖନନ ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବାକୁ କୁହାଯାଇଛି ବୋଲି ରିପୋର୍ଟରେ କୁହାଯାଇଥିଲା।
Powered by Froala Editor