ବର୍ଷା ମହିଳା ନୁହନ୍ତି ବୋଲି ଅନୁଭବଙ୍କ ସନ୍ଦେହ!
ଭୁବନେଶ୍ୱର: ଲୋକପ୍ରିୟ ଅଭିନେତା, ଓଲିଉଡ୍ ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୋର୍ଟରେ କେସ୍ ବିଚାରଧୀନ ଥିବାବେଳେ ଅନୁଭବ ମହାନ୍ତି ନିକଟରେ ଏକ ଭିଡିଓ ଜାରି କରି ନିଜ ମନର ବ୍ୟଥା ଓ ବେଦନା ପରିପ୍ରକାଶ କରିଥିଲେ । ଏହାପରେ ତାଙ୍କର ଅନେକ ଫ୍ୟାନ୍ ଉଭୟ ବର୍ଷା ଓ ଅନୁଭବ ଏକାଠି ହୋଇଯାଆନ୍ତୁ ବୋଲି କହିଥିଲେ, ଏହା ଉତ୍ତରରେ ଅନୁଭବ ସ୍ପଷ୍ଟ କରିଥିଲେ ଯେ, ସେ ଏ ଜନ୍ମରେ କିମ୍ବା ଆର ଜନ୍ମରେବି ବର୍ଷାଙ୍କୁ ଗ୍ରହଣ କରିବେ ନାହିଁ ।
ତେବେ କାଲି ପୁଣି ଏକଘଣ୍ଟାରୁ ଅଧିକ ସମୟର ଏକ ଭିଡିଓ ଜାରି କରି ବର୍ଷାଙ୍କ ଗୁମର ଖୋଲିଛନ୍ତି ଅନୁଭବ । ସେ କହିଛନ୍ତି ବାହାଘର ପରେ ଶାରିରୀକ ସମ୍ପର୍କ ପ୍ରତି ଭୟ ଥିବା କହି ବର୍ଷା ତାଙ୍କୁ ୪ ରୁ ୫ ମାସ ସମୟ ମାଗିଥିଲେ । ବିବାହର ପ୍ରଥମ ରାତି ବର୍ଷା ତାଙ୍କ ସହ ନକାଟି ସାଙ୍ଗରେ ଆଣିଥିବା ତାଙ୍କର ଜଣେ ବାନ୍ଧବୀଙ୍କ ସହ ରହିଥିଲେ । ଏହା ଅନୁଭବ ଓ ତାଙ୍କ ପରିବାରକୁ ଖରାପ ଲାଗୁଥିଲେ ବି ବର୍ଷାଙ୍କ ସହ ସେ ପ୍ରେମ ବିବାହ କରିଥିବାରୁ ସବୁ ସହି ଯାଉଥିଲେ । ଏହାପରେ ବିବାହକୁ ୬ ବର୍ଷ ବିତି ଯାଇଥିଲେ ବି ବର୍ଷା ତାଙ୍କୁ କେବେ ସମ୍ପର୍କ ଗଢିବା ପାଇଁ ସୁଯୋଗ ଦେଇନଥିଲେ । ଛୋଟ ପିଲାଙ୍କୁ ଲଲିପପ୍ ଦେଇ ଭଣ୍ଡେଇଲା ଭଳି ବର୍ଷା ତାଙ୍କୁ ଭଣ୍ଡେଇ ଆସୁଥିଲେ । ଜାରି କରିଥିବା ଭିଡିଓରେ ବର୍ଷା ତାଙ୍କୁ ସ୍ୱାମୀର ଅଧୀକାର ଦେଇନଥିବା ଅନୁଭବ କହିଛନ୍ତି ।
ଏହାସହିତ ସେ ଛୋଟ ଛୁଆମାନଙ୍କୁ ଖୁବ୍ ଭଲ ପାଆନ୍ତି କିନ୍ତୁ ନିଜର ପିଲାଛୁଆ କରିବାକୁ ବର୍ଷା ତାଙ୍କୁ ସୁଯୋଗ ଦେଇନଥିବାରୁ ସେ ବର୍ଷାଙ୍କ ଉପରେ ଆଙ୍ଗୁଠି ଉଠେଇଛନ୍ତି । ଭିଡିଓରେ ସେ ସିଧାସଳଖ ବର୍ଷାଙ୍କୁ, ‘କାହିିଁକ ତୁମେ ଏଯାଏ ମା’ହୋଇପାରିନାହଁ’ ବୋଲି ପଚାରିଛନ୍ତି । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ତୁମର କିଛି ସମସ୍ୟା ରହିଛି, କାହିଁକି ମୋ ସହ ସେୟାର କଲନି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି । ତେବେ ଅନୁଭବ ଦୁଇଟି ଭିଡିଓ ରିଲିଜ୍ କରି ବର୍ଷାଙ୍କ ବିଷୟରେ ଏତେ କଥା କହିଥିଲେ ବି ଏଯାଏ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Powered by Froala Editor