ମୋଦିଙ୍କ ନୂଆ ବ୍ୟକ୍ତିଗତ ସଚିବ ହେଲେ ଆଇଏଫଏସ୍ ବିବେକ କୁମାର
ନୂଆଦିଲ୍ଲୀ: ଆଇଏଫଏସ୍ ବିବେକ କୁମାର ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ବିବେକ ୨୦୦୪ ବ୍ୟାଚର୍ ଆଇଏଫଏସ୍ ଅଧିକାରୀ । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ର ନିଦେ୍ର୍ଧଶକ ଥିଲେ । ଏହା ପୂର୍ବରୁ ସେ ୨୦୧୩-୧୪ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ । ଆଇଆଇଟି ବମ୍ବେରୁ ବିଟେକ୍ ହାସଲ କରିଥିବା ବିବେକ ୨୦୧୪ରେ ହିଁ ପିଏମ୍ଓ ସହ ସଂଶ୍ଳିଷ୍ଟ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ନିଯୁକ୍ତି କମିଟି ବୈଠକରେ ତାଙ୍କ ନିଯୁକ୍ତିକୁ ମଞ୍ଜରି ମିଳିଛି ।
Powered by Froala Editor