ଆଜି ଦେଶରେ ୨ହଜାର ୨୨୬ ପଜିଟିଭ୍

ନୂଆଦିଲ୍ଲୀ: ଦେଶକୁ ପୁଣି ଘାରିଛି କରୋନା ଭୟ । ଦୈନିକ ସଂକ୍ରମଣ ଏବଂ ମୃତୁ୍ୟ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ୩ ହଜାର ତଳେ ରହିଛି । ଆଜି ୨ ହଜାର ୨୨୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ମୃତୁ୍ୟ ସଂଖ୍ୟା ୬୫ ରହିଛି । ଏହି ସମୟରେ ସକ୍ରିୟ ମାମଲା ୧୪ହଜାର ୯୫୫ରହିଛି ।
ସେହିପରି ୨୪ ଘଣ୍ଟାରେ ୨ହଜାର ୨୦୨ଜଣ ସୁସ୍ଥ ହୋଇଛନ୍ତି । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୪୧୩କୁ ଛୁଇଁଛି । ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪କୋଟି ୩୧ଲକ୍ଷ ୩୬ହଜାର ୫୭୧ଜଣ ଆକ୍ରାନ୍ତ ହୋଇଥିବାବେଳେ ୪କୋଟି ୨୫ଲକ୍ଷ ୯୭ହଜାର ୩ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୯୨କୋଟି ୩୦ଲକ୍ଷରୁ ଅଧିକ ଟପିଛି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୪୭୯ଜଣ ଆକ୍ରାନ୍ତ, ସେହିପରି କେରଳରେ ୫୫୮ଜଣ, ହରିଆଣାରେ ୨୩୫, ମହାରାଷ୍ଟ୍ରରେ ୩୦୭, ଉତ୍ତରପ୍ରଦେଶରେ ୨୨୧ଜଣ, କର୍ଣ୍ଣାଟକରେ ୧୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor