ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚୌତାଲା ଦୋଷୀ ସାବ୍ୟସ୍ତ

ବେଆଇନ ସମ୍ପତ୍ତି ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୯୩ରୁ ୨୦୦୬ ମଧ୍ୟରେ ୬ କୋଟି ୯ ଲକ୍ଷ ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ସେ ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା । ଆସନ୍ତା ମେ ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ପ୍ରସଙ୍ଗରେ ଉଭୟ ପକ୍ଷର ଯୁକ୍ତି ଶେଷ ହେବା ପରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ରାୟ ସଂରକ୍ଷଣ କରିଛନ୍ତି।
ଏନେଇ ଚୌତାଲାଙ୍କ ବିରୋଧରେ ଗତ ୨୦୧୦ ମାର୍ଚ୍ଚ ୨୬ରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଥିଲା । ୨୦୧୩ରେ ଶିକ୍ଷକ ନିଯୁକ୍ତି ସ୍କାମରେ ଉଭୟ ଓମପ୍ରକାଶ ଓ ପୁଅ ଅଜୟ ଚୌତାଲାଙ୍କୁ ୧୦ ବର୍ଷ ଲେଖାଁଏ ଜେଲ ଦଣ୍ଡ ହୋଇଥିଲା । ୮୭ ବର୍ଷ ବୟସ୍କ ଓମ ପ୍ରକାଶ ଏହି ମାମଲାରେ ଗତବର୍ଷ ଜୁଲାଇରେ ଜେଲରୁ ବାହାରିଥିଲେ । ଅପରପକ୍ଷରେ, ଚୌତାଲଙ୍କ ପରିବାର ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଆସୁଛନ୍ତି। ଶନିବାର ଶୁଣାଣି ସମୟରେ ଓମ ପ୍ରକାଶ ଚୌତାଲା କୋର୍ଟ ପରିସରରେ ଉପସ୍ଥିତ ଥିଲେ।
Powered by Froala Editor